ନୂଆଦିଲ୍ଲୀ, 19 ଅକ୍ଟୋବର (ହି.ସ.)-ଜବାହରଲାଲ ନେହେରୁ
ବିଶ୍ୱବିଦ୍ୟାଳୟ (ଜେଏନୟୁ) ରେ ହୋଇଥିବା ହଙ୍ଗାମା ଘଟଣାରେ ପୁଲିସ୍ ଛଅ ଜଣ
ଛାତ୍ର ବିରୋଧରେ ମାମଲା ରୁଜୁ କରିଛି। ଦକ୍ଷିଣ ପଶ୍ଚିମ ଜିଲ୍ଲାର ପୁଲିସ୍ ଡେପୁଟି କମିଶନର ଅମିତ
ଗୋଏଲ୍ ରବିବାର କହିଛନ୍ତି ଯେ, ବସନ୍ତ କୁଞ୍ଜ ଉତ୍ତର ଥାନା
ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୁଲିସ୍ ଡେପୁଟି କମିଶନରଙ୍କ
ଅନୁସାରେ, ଯେଉଁ ଛଅ ଜଣ ଛାତ୍ରଙ୍କୁ ଧରାଯାଇଛି ସେମାନେ ହେଲେ –ଜେଏନୟୁଛାତ୍ର ସଂଘ ଅଧ୍ୟକ୍ଷ ନିତେଶ କୁମାର (26 ବର୍ଷ), ଉପାଧ୍ୟକ୍ଷ
ମନୀଷା (28 ବର୍ଷ), ମହାସଚିବ ମୁନ୍ତହା ଫାତିମା (28 ବର୍ଷ), ମଣିକାନ୍ତ ପଟେଲ (27 ବର୍ଷ), ପ୍ରୀତି
କର (27 ବର୍ଷ) ଓ ଇଷ୍ଟ ମୁମ୍ବାଇ ନିବାସୀ ଶୌର୍ୟ ମଜୁମଦାର (28 ବର୍ଷ) ।
ଅନ୍ୟ ଛାତ୍ରମାନଙ୍କୁ ତାଙ୍କ
ପ୍ରଫେସରମାନଙ୍କୁ ହସ୍ତାନ୍ତର କରାଯାଇଛନ୍ତି। ଘଟଣା ପରେ ଜେଏନୟୁ ପରିସରରେ ଉତ୍ତେଜନା ଘଟଣାରେ
ପୁଲିସ୍ ତଦନ୍ତ ଜାରି ରଖିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା