ଗୁଜରାଟ, ତାମିଲନାଡୁ, ରାଜସ୍ଥାନ ଓ ନାଗାଲାଣ୍ଡରେ ନୋଟାରୀ ସଂଖ୍ୟା ବଢାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ, 19 ଅକ୍ଟୋବର (ହି.ସ.)- କେନ୍ଦ୍ର ସରକାର ଚାରୋଟି ରାଜ୍ୟରେ ନୋଟାରୀ ପବ୍ଲିକର ସଂଖ୍ୟା ବୃଦ୍ଧି କରିଛନ୍ତି। ବିଧି ଓ ନ୍ୟାୟ ମନ୍ତ୍ରଣାଳୟର ବିଧି ବିଭାଗ ନୋଟାରିଜ୍ (ସଂଶୋଧନ) ନିୟମ, 2025 କୁ ଅଧିସୂଚିତ କରିଛି। ଏହି ଅଧିସୂଚନା 17 ଅକ୍ଟୋବର ତାରିଖରେ ଜିଏ
ଗୁଜରାଟ, ତାମିଲନାଡୁ,     ରାଜସ୍ଥାନ ଓ ନାଗାଲାଣ୍ଡରେ ନୋଟାରୀ ସଂଖ୍ୟା ବଢାଇଲେ କେନ୍ଦ୍ର ସରକାର


ନୂଆଦିଲ୍ଲୀ, 19 ଅକ୍ଟୋବର (ହି.ସ.)- କେନ୍ଦ୍ର

ସରକାର ଚାରୋଟି ରାଜ୍ୟରେ ନୋଟାରୀ ପବ୍ଲିକର ସଂଖ୍ୟା ବୃଦ୍ଧି କରିଛନ୍ତି। ବିଧି ଓ ନ୍ୟାୟ

ମନ୍ତ୍ରଣାଳୟର ବିଧି ବିଭାଗ ନୋଟାରିଜ୍ (ସଂଶୋଧନ) ନିୟମ, 2025 କୁ ଅଧିସୂଚିତ କରିଛି। ଏହି ଅଧିସୂଚନା 17 ଅକ୍ଟୋବର

ତାରିଖରେ ଜିଏସଆର. 763(ଇ) ରୂପେ ଜାରି କରାଯାଇଛି। ଏହି ନୂଆ ନିୟମ ରାଜପତ୍ରରେ ପ୍ରକାଶିତ ହେବା

ତାରିଖରୁ ଲାଗୁ ହୋଇଯାଇଛି।

କେନ୍ଦ୍ରୀୟ ବିଧି ଓ ନ୍ୟାୟ

ମନ୍ତ୍ରଣାଳୟ ଅନୁଯାୟୀ, ସରକାର ଗୁଜରାଟ, ତାମିଲନାଡୁ, ରାଜସ୍ଥାନ

ଓ ନାଗାଲ୍ୟାଣ୍ଡରେ ନୋଟାରୀର ସର୍ବାଧିକ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେଇଛି। ଗୁଜରାଟରେ ଏହି

ସଂଖ୍ୟା 2900 ରୁ ବଢି 6000 କରାଯାଇଛି, ତାମିଲନାଡୁରେ 2500 ରୁ ବଢି 3500, ରାଜସ୍ଥାନରେ 2000 ରୁ ବଢି 3000 ଏବଂ ନାଗାଲ୍ୟାଣ୍ଡରେ 200 ରୁ ବଢି

400 କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande