ଲକ୍ଷ୍ନୌ, 19 ଅକ୍ଟୋବର (ହି.ସ.)- ପ୍ରତିରକ୍ଷାମନ୍ତ୍ରୀ
ଓ କ୍ଷେତ୍ରୀୟ ସାଂସଦ ରାଜନାଥ ସିଂହ ରବିବାର ଦିନ ଲକ୍ଷ୍ନୌରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ
ଓ ପୂର୍ବ ରାଷ୍ଟ୍ରପତି ଡ଼ଃ ଏ.ପି.ଜେ. ଅବ୍ଦୁଲ୍ କଲାମଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି।
ଏହାସହ ରାଜନାଥ ସିଂହ ଜାନକୀପୁରମ ସେକ୍ଟର୍-ଏଫ୍ରେ ଏକ ସାମୁଦାୟିକ କେନ୍ଦ୍ର ଓ ସେକ୍ଟର୍-6 ରେ
ଏକ ପୁସ୍ତକାଳୟର ଉଦ୍ଘାଟନ କରିଛନ୍ତି।
ଏହି ଅବସରରେ ଲକ୍ଷ୍ନୌ
ସାଂସଦ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ମୁଁ ସାଂସଦ ରୁହେ ବା ନ
ରୁହେ,
ଲକ୍ଷ୍ନୌର ଉନ୍ନତି ପାଇଁ ଆମର ପୂରା ପ୍ରତିବଦ୍ଧତା ଜାରି ରହିବ। ଯେଉଁଠି
ଯେପର୍ଯ୍ୟନ୍ତ ମୋର କ୍ଷମତା ଥିଲା, ମୁଁ କାମ କରିବାର ଚେଷ୍ଟା କରିଛି।
ସେ ଆହୁରି କହିଛନ୍ତି ଯେ,
ବିଶ୍ୱର ଅନ୍ୟାନ୍ୟ ଦେଶମାନଙ୍କ ସହିତ ଲକ୍ଷ୍ନୌର ଏୟାର୍ କନେକ୍ସନ୍ (ଏୟାର ଯୋଗାଯୋଗ)
ହେବା ଦରକାର। ଏହା ପାଇଁ ପ୍ରଚେଷ୍ଟା ଚାଲିଛି।
ସେ କହିଛନ୍ତି ଯେ, ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ ଚମତ୍କାରୀ
ଭାବେ କାମ କରୁଛି। ଲୋକମାନେ ବିବାହ ଆଦି କାର୍ଯ୍ୟକ୍ରମ ପାଇଁ ଯଥେଷ୍ଟ ସ୍ଥାନ ପାଉନଥିଲେ। ଏହି
କଥାକୁ ଧ୍ୟାନରେ ରଖି, ଲକ୍ଷ୍ନୌର ପ୍ରତ୍ୟେକ ବିଧାନସଭା ଅଞ୍ଚଳରେ
ଗୋଟିଏ ବଡ଼ ସାମୁଦାୟିକ କେନ୍ଦ୍ର ସ୍ଥାପିତ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା