ସୋମନାଥ, 19 ଅକ୍ଟୋବର (ହି.ସ.)- ଗୁଜରାଟ୍ର
ସୋମନାଥ ମହାଦେବଙ୍କ ଦର୍ଶନ ପାଇଁ ଦେଶ ଓ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ନିକଟରେ ଶ୍ରୀ
ସୋମନାଥ ତୀର୍ଥର ଯୁଗ ଯୁବର ଗୌରବଗାଥାକୁ ଉଜାଗର କରୁଥିବା ଥ୍ରୀଡି ଲାଇଟ୍ ଏବଂ ସାଉଣ୍ଡ୍ ଶୋ ବର୍ଷା
ଋତୁ ପରେ ପୁଣି ଯାତ୍ରୀଙ୍କ ପାଇଁ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ।
ଦୀପାବଳିର ଛୁଟିରେ ସୋମନାଥକୁ
ଆସୁଥିବା ଶ୍ରଦ୍ଧାଳୁମାନେ ଏହି ତୀର୍ଥର ଇତିହାସ ସହିତ ପରିଚିତ ହୋଇପାରିବେ ଯେ , କିପରି
ଚନ୍ଦ୍ରଦେବ ତପସ୍ୟା କଲେ ଏବଂ ଭଗବାନ ସୋମନାଥ ଏହି ଭୂମିରେ ଅବତିର୍ଣ୍ଣ ହେଲେ? କିପରି ଭଗବାନ ଶ୍ରୀକୃଷ୍ଣ ଏଠାରେ ନିଜର ଶେଷ ଲୀଳା କରି ନିଜଧାମକୁ ଗମନ କଲେ? ଏବଂ କିପରି ଏହି ତୀର୍ଥକୁ “ପ୍ରଭାସ” ବୋଲି କୁହାଯାଉଛି? – ଏହି ସମସ୍ତ ଧାର୍ମିକ କଥାବଳୀକୁ ଆଧୁନିକ ଥ୍ରୀଡିପ୍ରଯୁକ୍ତି ମାଧ୍ୟମରେ ଦର୍ଶାଇବା ପାଇଁ ଏହି ଲାଇଟ୍ ଏବଂ ସାଉଣ୍ଡ୍ ଶୋ
ପ୍ରସ୍ତୁତ କରାଯାଇଛି, ଯାହା ଯାତ୍ରୀମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଅଟେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା