ଦୀପାବଳି ଓ ଛଟ୍ ପୂର୍ବରୁ ଦିଲ୍ଲୀର ରେଲୱେ ଷ୍ଟେସନରେ ଯାତ୍ରୀଙ୍କ ପ୍ରବଳ ଭିଡ
ନୂଆଦିଲ୍ଲୀ, 19 ଅକ୍ଟୋବର (ହି.ସ.)- ଦୀପାବଳି ଓ ଛଟ୍ ପର୍ବ ପୂର୍ବରୁ ଦିଲ୍ଲୀର ରେଲୱେ ଷ୍ଟେସନରେ ଯାତ୍ରୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ରାଜଧାନୀ ଦିଲ୍ଲୀର ଆନନ୍ଦ ବିହାର, ନୂଆଦିଲ୍ଲୀ, ସରାୟ ରୋହିଲ୍ଲା ଓ ହଜରତ ନିଜାମୁଦ୍ଦିନ ରେଲୱେ ଷ୍ଟେସନଗୁଡ଼ିକୁ ଘରକୁ ଫେରୁଥ
ଦୀପାବଳି ଓ ଛଟ୍ ପୂର୍ବରୁ     ଦିଲ୍ଲୀର ରେଲୱେ ଷ୍ଟେସନରେ ଯାତ୍ରୀଙ୍କ ପ୍ରବଳ ଭିଡ


ନୂଆଦିଲ୍ଲୀ, 19 ଅକ୍ଟୋବର (ହି.ସ.)- ଦୀପାବଳି ଓ ଛଟ୍

ପର୍ବ ପୂର୍ବରୁ ଦିଲ୍ଲୀର ରେଲୱେ ଷ୍ଟେସନରେ ଯାତ୍ରୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି।

ରାଜଧାନୀ ଦିଲ୍ଲୀର ଆନନ୍ଦ ବିହାର, ନୂଆଦିଲ୍ଲୀ, ସରାୟ ରୋହିଲ୍ଲା ଓ ହଜରତ ନିଜାମୁଦ୍ଦିନ ରେଲୱେ ଷ୍ଟେସନଗୁଡ଼ିକୁ ଘରକୁ

ଫେରୁଥିବା ଯାତ୍ରୀଙ୍କ ଭିଡ ଜମିଛି । ସକାଳଠାରୁ ହିଁ ପ୍ଲାଟଫର୍ମ ଓ ଟିକେଟ୍ କାଉଣ୍ଟରଗୁଡ଼ିକୁ

ଦୀର୍ଘ ଲାଇନ୍‌ ଘେରି ରହିଛି। ଟ୍ରେନରେ ସ୍ଥାନ ମିଳୁନଥିବାରୁ ଅନେକ ଯାତ୍ରୀ ବେଟିଂ ଲିଷ୍ଟରେ

ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି।

ରେଲୱେ ଅଧିକାରୀମାନଙ୍କ

ଅନୁସାରେ,

ପୂର୍ବ ଦିଗ ଓ ବିହାର ଦିଗକୁ ଯାଉଥିବା ଟ୍ରେନରେ ସଂରକ୍ଷଣ

ସମ୍ପୂର୍ଣ୍ଣ ଫୁଲ ହୋଇଯାଇଛି। ଆନନ୍ଦ ବିହାର ଷ୍ଟେସନରୁ ମିଳିଥିବା ଫଟୋରେ ପ୍ରବଳ ଭିଡ

ଦେଖାଯାଉଛି, ଯେଉଁଠି

ଯାତ୍ରୀମାନେ ତାଙ୍କର ପରିବାର ସହିତ ଟ୍ରେନ ଆସିବା ପାଇଁ ଅପେକ୍ଷା କରୁଛନ୍ତି। ରେଲୱେ ପକ୍ଷରୁ

ପର୍ବକୁ ଦୃଷ୍ଟିରେ ରଖି ଅନେକ ବିଶେଷ ଟ୍ରେନ୍ ଚାଲୁ କରାଯାଇଛି, ଯାହାଦ୍ୱାରା ଯାତ୍ରୀମାନେ ସହଜରେ ଘରେ ପହଞ୍ଚିପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande