ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, 2 ଅକ୍ଟୋବର (ହି.ସ.)- ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିବଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପୂଜ୍ୟ ବାପୁ ମହାତ୍ମା ଗାନ୍ଧୀଜୀଙ୍କ ଜୟନ୍ତୀ ଅବସରରେ ମୁଁ ତାଙ୍କୁ ଶ୍ରଦ୍ଧାପୂର୍ଣ୍ଣ ନମନ ଜଣାଉଛ
ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କଲେ ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ, 2 ଅକ୍ଟୋବର (ହି.ସ.)- ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

। ଏନେଇ ସୋସିବଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପୂଜ୍ୟ ବାପୁ ମହାତ୍ମା ଗାନ୍ଧୀଜୀଙ୍କ ଜୟନ୍ତୀ ଅବସରରେ

ମୁଁ ତାଙ୍କୁ ଶ୍ରଦ୍ଧାପୂର୍ଣ୍ଣ ନମନ ଜଣାଉଛି। ମହାତ୍ମା ଗାନ୍ଧୀଜୀ ସତ୍ୟ,

ଅହିଂସା

ଓ ଶାନ୍ତିର ପଥକୁ ଅନୁସରଣ କରିକରି କେବଳ ଭାରତକୁ ନୁହେଁ, ସମଗ୍ର ବିଶ୍ୱକୁ ଏକ ନୂଆ

ଭାବଧାରା ଦେଇଥିଲେ। ତାଙ୍କ ମତ ଥିଲା ଯେ ଏକ ଶକ୍ତିଶାଳୀ ଓ ସମୃଦ୍ଧ ଜାତିର ଭିତ୍ତି ହେଉଛି —

ସ୍ୱଚ୍ଛତା,

ଆତ୍ମନିର୍ଭରତା

ଓ ସାମୂହିକ ଦାୟିତ୍ୱ। ଖଦି ଓ ସ୍ୱଦେଶୀ ପୋଷାକ ଦ୍ୱାରା ସେ ସ୍ୱାବଲମ୍ବନର ଭାବନାକୁ ଜାଗ୍ରୁତ

କରିଥିଲେ ଓ ଭାରତୀୟମାନେ ନିଜ ଶକ୍ତିରେ ବିଶ୍ୱାସ କରିବାକୁ ପ୍ରେରଣା ଦେଇଥିଲେ। ସ୍ୱରାଜ,

ସ୍ୱଦେଶୀ,

ସ୍ୱଚ୍ଛତା

ଓ ସ୍ୱଭାଷା ବିଷୟରେ ତାଙ୍କ ଭାବଧାରା ଆଜି ମଧ୍ୟ ଆମକୁ ରାଷ୍ଟ୍ର ନିର୍ମାଣ ପାଇଁ ପ୍ରେରଣା

ଦେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande