ଭୁବନେଶ୍ୱର, 2 ଅକ୍ଟୋବର (ହି.ସ.)- ଭଜନ ଗାୟକ ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ବର୍ଷୀୟାନ ଭଜନ ଗାୟକ ପଦ୍ମଶ୍ରୀ ଗୁରୁ
ଗୋପୀନାଥ ସ୍ୱାଇଁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ପାରମ୍ପରିକ 'କୃଷ୍ଣ ଲୀଳା'ର ପ୍ରଚାର,
ପ୍ରସାର
ଓ ସଂରକ୍ଷଣ ଦିଗରେ ତାଙ୍କର ଜୀବନବ୍ୟାପୀ ସାଧନା ଓ ପ୍ରତିବଦ୍ଧତା ଅତୁଳନୀୟ । ତାଙ୍କ ବିୟୋଗରେ
କଳା ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।
ଅମର ଆତ୍ମାର ସଦଗତି କାମନା କରିବା ସହ
ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା