ନୂଆଦିଲ୍ଲୀ, 2 ଅକ୍ଟୋବର (ହି.ସ.)- ଶାସ୍ତ୍ରୀୟ ଗାୟକ ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କ ବିୟୋଗରେ ପିଏମ ମୋଦି ଶୋକ
ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତଶିଳ୍ପୀ ପଣ୍ଡିତ ଛନ୍ନୁଲାଲ୍
ମିଶ୍ରଙ୍କର ଦେହାନ୍ତର ଖବରରେ ମୁଁ ଗଭୀର ଦୁଃଖ ଅନୁଭବ କରୁଛି। ସେ ଜୀବନ ପର୍ଯ୍ୟନ୍ତ ଭାରତୀୟ
କଳା ଓ ସଂସ୍କୃତିର ସମୃଦ୍ଧି ପାଇଁ ନିଜକୁ ସମର୍ପିତ କରିଥିଲେ। ସେ ଶାସ୍ତ୍ରୀୟ ସଙ୍ଗୀତକୁ
ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ସହିତ ସହିତ ଭାରତୀୟ ପାରମ୍ପରିକତାକୁ ବିଶ୍ୱମଞ୍ଚରେ
ଗରିମାମୟ ଭାବରେ ସ୍ଥାନ ଦେବାରେ ଅମୂଲ୍ୟ ଭୂମିକା ନିଭାଇଛନ୍ତି। ଏହା ମୋର ସୌଭାଗ୍ୟ ଯେ ମୋତେ ସର୍ବଦା
ତାଙ୍କର ସ୍ନେହ ଓ ଆଶୀର୍ବାଦ ମିଳିଥିଲା। 2014ରେ ସେ ବାରାଣସୀ ଆସନରୁ ମୋ ପ୍ରସ୍ତାବକ ବି ଥିଲେ।
ଏହି ଶୋକଦାୟକ କ୍ଷଣରେ ମୁଁ ତାଙ୍କ ପରିଜନ ଓ ପ୍ରଶଂସକଙ୍କ ପ୍ରତି ଗଭୀର ସହାନୁଭୂତି ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା