ମଧ୍ୟପ୍ରଦେଶରେ ଦୀପାବଳିର ଧୁମ୍, ମହାକାଳେଶ୍ୱର ମନ୍ଦିରରେ ପାଳନ କରାଗଲା ରୂପ ଚତୁର୍ଦ୍ଦଶୀ ପର୍ବ
ଭୋପାଳ, 20 ଅକ୍ଟୋବର (ହି.ସ.)- ମଧ୍ୟପ୍ରଦେଶରେ ସୋମବାର ଦିନ ଦୀପାବଳି ପର୍ବ ହର୍ଷ ଓ ଉଲ୍ଲାସ ସହିତ ପାଳନ କରାଯାଉଛି। ସକାଳୁ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ବାଣ, ମିଠା ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକେ ବଜାରକୁ ଯାଉଛନ୍ତି। ଏହି ଅବସରରେ, ଉଜ
ମଧ୍ୟପ୍ରଦେଶରେ ଦୀପାବଳିର     ଧୁମ୍, ମହାକାଳେଶ୍ୱର ମନ୍ଦିରରେ ପାଳନ କରାଗଲା ରୂପ ଚତୁର୍ଦ୍ଦଶୀ ପର୍ବ


ଭୋପାଳ, 20 ଅକ୍ଟୋବର (ହି.ସ.)- ମଧ୍ୟପ୍ରଦେଶରେ

ସୋମବାର ଦିନ ଦୀପାବଳି ପର୍ବ ହର୍ଷ ଓ ଉଲ୍ଲାସ ସହିତ ପାଳନ କରାଯାଉଛି। ସକାଳୁ ଲକ୍ଷ୍ମୀ ପୂଜା

ପାଇଁ ପ୍ରସ୍ତୁତି ଚାଲିଛି। ବାଣ, ମିଠା ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକେ ବଜାରକୁ ଯାଉଛନ୍ତି। ଏହି ଅବସରରେ,

ଉଜ୍ଜୟିନରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର

ମନ୍ଦିରରେ ସୋମବାର ଭୋରରୁ ରୂପ ଚତୁର୍ଦ୍ଦଶୀ ପର୍ବ ଶ୍ରଦ୍ଧା ଓ ପରମ୍ପରାର ସହିତ ପାଳନ

କରାଯାଇଛି। ଏହି ଅବସରରେ ଭଗବାନ ମହାକାଳଙ୍କୁ ବିଶେଷ ଶୃଙ୍ଗାର କରାଯାଇଛି। ତାପରେ ତାଙ୍କୁ

ଅନ୍ନକୁଟର ଭୋଗ ଅର୍ପିତ କରାଯାଇଛି। ଏହା ପୂର୍ବରୁ ପୁଜାରୀ ପରିବାରର ମହିଳାମାନେ ଭଗବାନଙ୍କୁ

ଗରମ ପାଣିରେ ସ୍ନାନ କରାଇ ସୁଗନ୍ଧିତ ଲେପ ଲଗାଇଥିଲେ। ରୂପ ଚତୁର୍ଦ୍ଦଶୀ ଠାରୁ ଆରମ୍ଭ ହୋଇଥିବା

ଏହି ପାରମ୍ପରିକ ସ୍ନାନ ପ୍ରକ୍ରିୟା ଫାଲ୍ଗୁନ ପୂର୍ଣ୍ଣିମା, ଅର୍ଥାତ ହୋଲି ଦିନ ପର୍ଯ୍ୟନ୍ତ ଜାରି ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande