
ଲକ୍ଷ୍ନୌ, 20 ଅକ୍ଟୋବର (ହି.ସ.)- ପବିତ୍ର ଦୀପାବଳିର
ଶୁଭେଚ୍ଛା ଜଣାଇଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ସତ୍ୟ, ସନାତନ, ସଦାଚାର ଓ ସକରାତ୍ମକତାର ଶାଶ୍ୱତ
ବିଜୟର ପବିତ୍ର ପ୍ରତୀକ ମହାପର୍ବ ଦୀପାବଳିର ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ
ଶୁଭକାମନା ।
ଦୀପୋତ୍ସବ କେବଳ ଦୀପ
ଜଳାଇବାର ଅନୁଷ୍ଠାନ ନୁହେଁ ବରଂ ଆତ୍ମାରେ ଆଶାର ଆଲୋକ, ସମାଜରେ ସମାନତା ସ୍ପନ୍ଦନ ଓ ଦେଶରେ ନବଜାଗରଣର
ସଂକଳ୍ପ ଅଟେ ।
ପ୍ରଭୁ ଶ୍ରୀ ରାମ ଓ ମାତା
ସୀତାଙ୍କ କୃପାରେ ଘର ସହିତ ହୃଦୟ ବି ଆଲୋକିତ ହେଉ, ସମସ୍ତଙ୍କ ଜୀବନରେ ବିଶ୍ୱାସ, ଉତ୍ସାହ ଓ
ଆଶାର ଦୀପ ପ୍ରଜ୍ଜ୍ୱଳିତ ହେଉ, ଏହାହିଁ ପ୍ରାର୍ଥନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା