ଟୋକିଓ, ୨୧ ଅକ୍ଟୋବର (ହି.ସ.)- ଜାପାନର ଶାସକ ଲିବରାଲ ଡେମୋକ୍ରାଟିକ୍ ପାର୍ଟି (ଏଲଡିପି)ର ନେତା ସାନାଏ ତାକାଇଚି ଆନୁଷ୍ଠାନିକ ଭାବରେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି । ମଙ୍ଗଳବାର ଦିନ ଐତିହାସିକ ବିଜୟ ହାସଲ କରିବା ପରେ, ତାକାଇଚି ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାକାଇଚିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଶା ପ୍ରକାଶ କରିଛନ୍ତି ଯେ, ତାଙ୍କ ନେତୃତ୍ୱରେ ଦୁଇ ଦେଶ ମଧ୍ୟରେ ରଣନୈତିକ ସମ୍ପର୍କ ସୁଦୃଢ଼ ହେବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ଭୋଟିଂରେ ସେ ୨୩୭ ଭୋଟ ପାଇ ସଂସଦର ନିମ୍ନ ସଦନରେ ବହୁମତ ହାସଲ କରିଛନ୍ତି । ଜାପାନୀ ସମ୍ବିଧାନ ଅନୁଯାୟୀ, ସଂସଦର ନିମ୍ନ ସଦନରେ ବିଜୟ ଚୂଡ଼ାନ୍ତ ଏବଂ ଉପର ସଦନର ସ୍ଥତିରେ ଏହାର କୌଣସି ନେଣଦେଣ ନାହିଁ ।
ରିପୋର୍ଟ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ଚୁକ୍ତି ମାଧ୍ୟମରେ ତାକାଇଚି ସମର୍ଥନ ପାଇ ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କ ଦାବିକୁ ମଜବୁତ କରିଛନ୍ତି । ଦୃଢ଼ ରକ୍ଷଣଶୀଳ ଚିନ୍ତାଧାରା ଥିବା ତାକାଇଚି ନିଜକୁ ଜାପାନର ମାର୍ଗରେଟ ଥାଚର ବୋଲି କୁହନ୍ତି । ତାଙ୍କର ବିଜୟକୁ ଜାପାନ ରାଜନୀତିରେ ଏକ ବଡ଼ ପରିବର୍ତନ ଭାବରେ ଦେଖାଯାଉଛି, ପ୍ରଥମ ଥର ପାଇଁ ଜଣେ ମହିଳା ଏହି ପଦବୀରେ ନିର୍ବାଚିତ ହୋଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ