କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ, 22 ଅକ୍ଟୋବର (ହି.ସ.) କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଶୁଭକାମନା ଜଣାଇ ଲେଖିଛନ୍ତି, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ଆମ ସହଯୋଗୀ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜନ୍ମଦିନର
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ


ନୂଆଦିଲ୍ଲୀ, 22 ଅକ୍ଟୋବର (ହି.ସ.) କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଶୁଭକାମନା ଜଣାଇ ଲେଖିଛନ୍ତି, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ଆମ ସହଯୋଗୀ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ସ୍ୱଭାବରେ ଅତ୍ୟନ୍ତ ପରିଶ୍ରମୀ ଓ ଦୃଢ ସଂକଳ୍ପର ଅଧିକାରୀ, ଅମିତ ଶାହ ଭାରତର ଆନ୍ତରିକ ସୁରକ୍ଷାକୁ ସୁଦୃଢ କରିବା ସହିତ ଦେଶରେ ଶାନ୍ତି ଓ ସ୍ଥିରତା ନିଶ୍ଚିତ କରିବା ପାଇଁ ପୂର୍ଣ୍ଣ ନିଷ୍ଠାରେ କାମ କରୁଛନ୍ତି। ମୁଁ ଇଶ୍ୱରଙ୍କ ନିକଟରେ ତାଙ୍କ ଦୀର୍ଘାୟୁ, ଉତ୍ତମ ସ୍ୱାସ୍ଥ୍ୟ ଓ ଜାତି ସେବାରେ ନିରନ୍ତର ସଫଳତା ପାଇଁ ପ୍ରାର୍ଥନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande