ବାରଣାସୀ, 22 ଅକ୍ଟୋବର (ହି.ସ.) - ବିହାର ବିଧାନସଭା
ନିର୍ବାଚନର ପ୍ରଥମ ପର୍ଯ୍ୟାୟର ନାମାଙ୍କନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଯାଇଛି। ରାଜନୈତିକ ତାତି
ଏବେ ଚୂଡ଼ାନ୍ତ ସୀମାରେ ପହଞ୍ଚିଛି। କ୍ଷମତାସୀନ ଏନ୍ଡିଏ ଓ ବିରୋଧୀ ମହାମେଂଟ – ଦୁହେଁ ସେମାନଙ୍କର ଜିତ ପାଇଁ ଦାବି କରୁଛନ୍ତି।
ଏହି ମଧ୍ୟରେ କାଶୀର ଯୁବ
ଜ୍ୟୋତିଷୀ ଓ ସାମାଜିକ କାର୍ଯ୍ୟକର୍ତ୍ତା ଡ଼. ଶ୍ୱେତାଙ୍କ ମିଶ୍ର ତାଙ୍କ ଜ୍ୟୋତିଷୀୟ ଅନୁମାନ
ଅଧାରରେ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଏବେ ବିହାରର କ୍ଷମତା
ପୁଣିଥରେ ଏନ୍ଡିଏ ମେଂଟ ହାତକୁ ଯିବ।
ଡ଼. ମିଶ୍ର ହିନ୍ଦୁସ୍ଥାନ
ସମାଚାର ସହ ବିଶେଷ କଥାବାର୍ତ୍ତାରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଆରଜେଡି ନେତା
ତେଜସ୍ବୀ ଯାଦବ, ଚିରାଗ ପାସୱାନ, କଂଗ୍ରେସ ନେତା ରାହୁଲ
ଗାନ୍ଧୀ ଓ ରଣନୈତିକ ପ୍ରଶାନ୍ତ କିଶୋରଙ୍କ ଉପଲବ୍ଧ ଜନ୍ମକୁଣ୍ଡଳୀ ଉପରେ ଆଧାର କରି ଜ୍ୟୋତିଷୀୟ
ବିଶ୍ଳେଷଣ ମାଧ୍ୟମରେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି।
ସେ କହିଛନ୍ତି ଯେ, ୧୮ ଅକ୍ଟୋବରରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଖଗୋଳୀୟ ପରିବର୍ତ୍ତନ – ବୃହସ୍ପତିଙ୍କ କର୍କଟ ରାଶିରେ ପ୍ରବେଶ – ନିର୍ବାଚନୀ ସମୀକରଣ
ଉପରେ ପ୍ରଭାବ ପକାଇବ।
ନୀତିଶ କୁମାରଙ୍କର ‘ରାଜଯୋଗ’
ସେ (ଡ଼ା. ଶ୍ୱେତାଙ୍କ
ମିଶ୍ର) କହିଛନ୍ତି ଯେ, ନୀତିଶ କୁମାରଙ୍କ ଜନ୍ମକୁଣ୍ଡଳୀ ମିଥୁନ ଲଗ୍ନ ଓ
ବୃଶ୍ଚିକ ରାଶିରେ ରହିଛି। ୧୮ ଅକ୍ଟୋବର ପୂର୍ବରୁ ବୃହସ୍ପତି ଚନ୍ଦ୍ରମାଠାରୁ ଅଷ୍ଟମ ଭାବରେ
ବିରାଜମାନ ଥିଲେ, ଯାହାକୁ ଜ୍ୟୋତିଷ ଅନୁସାରେ ଅନୁକୂଳ ନୁହେଁ ବୋଲି ଗଣାଯାଏ।
କିନ୍ତୁ ବର୍ତ୍ତମାନ
ବୃହସ୍ପତି ଚନ୍ଦ୍ରମାଠାରୁ ନବମ (ଭାଗ୍ୟ) ଭାବକୁ ପ୍ରବେଶ କରିଛନ୍ତି, ଯାହାଫଳରେ ଏକ ଶକ୍ତିଶାଳୀ ‘ରାଜଯୋଗ’ ଉଦ୍ଭବ ହେଉଛି।
ଏହାର ପ୍ରଭାବରୁ ନୀତିଶ
କୁମାରଙ୍କୁ ଆଣ୍ଟି-ଇନ୍କମ୍ବେନ୍ସି (ଶାସନବିରୋଧୀ ଲହରୀ) ଥିବା ସତ୍ତ୍ୱେ ନିର୍ବାଚନରେ ବିଶେଷ
କ୍ଷତି ହେବାର ସମ୍ଭାବନା ନାହିଁ।
ମୋଦିଙ୍କର କୁଣ୍ଡଳୀ ସବୁଠାରୁ
ସଶକ୍ତ, ରାହୁଲ-ତେଜସ୍ୱୀ ଦୁର୍ବଳ
ଡ଼ା. ମିଶ୍ରଙ୍କ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୁଣ୍ଡଳୀ ତୁଳନାମୂଳକ ଭାବରେ ସବୁଠାରୁ ଅଧିକ ସଶକ୍ତ।
ବର୍ତ୍ତମାନ ସମୟ ତାଙ୍କ ପାଇଁ ମଧ୍ୟମ ଫଳଦାୟକ ହୋଇଥିଲେ ମଧ୍ୟ, ବିରୋଧୀ ନେତାମାନଙ୍କ ସହିତ ତୁଳନା କରିଲେ ଏହା ତାଙ୍କୁ ଆଗୁଆ ରଖିଛି।
ଅନ୍ୟପଟେ, ରାହୁଲ ଗାନ୍ଧୀଙ୍କ କୁଣ୍ଡଳୀରେ ରାହୁ-ଶନିଙ୍କ ‘ଶାପିତ ଯୋଗ’ ଥିବାରୁ, ତାଙ୍କ ନେତୃତ୍ୱରେ କଂଗ୍ରେସର ପ୍ରଦର୍ଶନ ସୀମିତ ହେବାର ସମ୍ଭାବନା
ରହିଛି। ମହାଗଠବନ୍ଧନରେ କଂଗ୍ରେସର ତୁଳନାରେ ଅନ୍ୟ ଦଳମାନେ ଭଲ ଅବସ୍ଥାରେ ରହିବେ।
ତେଜସ୍ୱୀ ଯାଦବଙ୍କ କୁଣ୍ଡଳୀ
ସମ୍ବନ୍ଧରେ ଜ୍ୟୋତିଷୀୟ ମତଭେଦ ଅଛି, କିନ୍ତୁ ଯଦି କୁମ୍ଭ ଲଗ୍ନକୁ
ଆଧାର ଧରାଯାଏ, ତେବେ ସେ ବର୍ତ୍ତମାନ ଶନିଙ୍କ ସାଢେ ସାତୀର ଶେଷ ପର୍ଯ୍ୟାୟରେ
ଅଛନ୍ତି। ଜ୍ୟୋତିଷୀୟ ଭାଷାରେ ଏହି କାଳକୁ ‘ସଂକଟାରେ ସିଦ୍ଧା’ ବୋଲି କୁହାଯାଏ – ଯାହା ସଂଘର୍ଷଶୀଳ ହେବା ସତ୍ତ୍ୱେ ସତ୍ତା ପର୍ଯ୍ୟନ୍ତ
ପହଞ୍ଚିବାରେ ସମର୍ଥ ନୁହେଁ। ଏହି କାରଣରୁ ସେ ନିର୍ଣ୍ଣାୟକ ଭୂମିକାରେ ଦେଖାଯାଉନାହାନ୍ତି।
ଚିରାଗ ପାସୱାନଙ୍କ ଉଜ୍ଜ୍ୱଳ
ହୋଇପାରେ ଭାଗ୍ୟ ନକ୍ଷତ୍ର
ଡ଼ା. ମିଶ୍ର କହୁଛନ୍ତି ଯେ
ଜ୍ୟୋତିଷୀୟ ଗଣନାଅନୁସାରେ ଲୋଜପା (ରାମବିଲାସ) ନେତା ଚିରାଗ ପାସୱାନଙ୍କ ପାଇଁ ଏହି ନିର୍ବାଚନ
ବହୁତ ଖାସ ସିଦ୍ଧ ହୋଇପାରେ। ସେ ଏନ୍ଡିଏ ମଧ୍ୟରେ ଏକ ଉଦୟମାନ ଶକ୍ତି ଭାବରେ ଆଗକୁ
ଆସିପାରନ୍ତି।
ନିର୍ବାଚନ ପରେ ତାଙ୍କୁ
କୌଣସି ବଡ଼ ଦାୟିତ୍ୱ ଦିଆଯିବାର ଦୃଢ଼ ସମ୍ଭାବନା ରହିଛି। ଡ଼ା. ମିଶ୍ରଙ୍କ ଅନୁସାରେ ସୀମାଞ୍ଚଳ
ପରି ଅଞ୍ଚଳରେ ମହାଗଠବନ୍ଧନକୁ କିଛି ଲାଭ ମିଳିପାରେ, କିନ୍ତୁ ସହର ଓ
ମଧ୍ୟବର୍ଗୀୟ ଅଞ୍ଚଳରେ ଏନ୍ଡିଏକୁ ସ୍ପଷ୍ଟ ଭାବେ ଲାଭ ମିଳୁଥିବା ସଙ୍କେତ ମିଳୁଛି।
ବିଜେପି, ଜେଡିୟୁ ଓ ଲୋଜପା (ରାମବିଲାସ) ର ସଂଯୋଜନ ସହର ମତଦାତାମାନଙ୍କ ମଧ୍ୟରେ ମଜବୁତ ପକ୍ଷ
ରଖିଛି।
ଏନ୍ଡିଏ ପକ୍ଷରେ ଜ୍ୟୋତିଷୀୟ
ସଙ୍କେତ
ଏପର୍ଯ୍ୟନ୍ତ ଉପଲବ୍ଧ ସମଗ୍ର
ଜ୍ୟୋତିଷୀୟ ବିଶ୍ଳେଷଣ ଓ ଅଧ୍ୟୟନର ଆଧାରରେ ଡ଼ା. ଶ୍ୱେତାଙ୍କ ମିଶ୍ର କହୁଛନ୍ତି ଯେ, ବିହାର ବିଧାନସଭା ନିର୍ବାଚନ 2025ରେ ଏନ୍ଡିଏ ଗଠବନ୍ଧନ ପୁଣିଥରେ ସରକାର ଗଠନ କରିବାରେ
ସଫଳ ହେବାର ସମ୍ଭାବନା ରହିଛି। ଯଦ୍ୟପି ରାଜନୈତିକ ସମୀକରଣ ସମୟ-ସମୟରେ ବଦଳୁଥାଏ, କିନ୍ତୁ ଗ୍ରହ-ନକ୍ଷତ୍ରମାନଙ୍କ ଦେଉଥିବା ସନ୍ଦେଶ ଏଥିପାଇଁ ଏବେ ଏନ୍ଡିଏ ପକ୍ଷରେ ଯାଉଥିବାର
ଦେଖାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା