କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପାର୍ଟିର କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କର ପ୍ରେ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ     ଶାହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ

ଅମିତ ଶାହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପାର୍ଟିର କୋଟି କୋଟି

କାର୍ଯ୍ୟକର୍ତ୍ତାଙ୍କର ପ୍ରେରଣାସ୍ରୋତ, ଦେଶର ସମ୍ମାନନୀୟ ଗୃହ ଓ

ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ଓ ମଙ୍ଗଳକାମନା।

ଆପଣଙ୍କର ରାଷ୍ଟ୍ରପ୍ରତି

ନିଷ୍ଠା ଓ ଅତୁଟ ସମର୍ପଣ ଭାବରେ ପରିପୂର୍ଣ୍ଣ ନେତୃତ୍ୱ ଦେଶର ଆନ୍ତରିକ ସୁରକ୍ଷାକୁ ଅଭୂତପୂର୍ବ

ଦୃଢତା, ସ୍ଥିରତା ଓ ନୂଆ ଦିଗାନ୍ତ ଦେଇଛି।

ଆପଣଙ୍କ ନେତୃତ୍ୱରେ ଦେଶ

ଅନୁଛେଦ ୩୭୦କୁ ଐତିହାସିକ ଅନୁଭୂତିରେ ପରିଣତ କରିବାରୁ ନକ୍ସଲବାଦ ଉପରେ କଠିନ ପ୍ରହାର

ପର୍ଯ୍ୟନ୍ତ ଶାନ୍ତି ଓ ସୁଶାସନର ସ୍ୱର୍ଣ୍ଣିମ ଅଧ୍ୟାୟ ସ୍ଥାପନ କରିଛି, ଯାହା ଆଜି ଦେଶର ଏକତା ଓ ଅଖଣ୍ଡତାର ଅମିଟ ଗାଥା ହୋଇଯାଇଛି।

ପ୍ରଧାନମନ୍ତ୍ରୀ ଶ୍ରୀ

ନରେନ୍ଦ୍ର ମୋଦୀଙ୍କ ‘ବିକାଶଶୀଳ ଭାରତ’ ର ସଂକଳ୍ପକୁ ସାକାର

କରିବାରେ ଆପଣଙ୍କ ରଣନୀତିମୂଳକ ଦୃଷ୍ଟିକୋଣ ଓ ସହକାରିତା କ୍ଷେତ୍ରରେ ନୀତିଗତ ସିଦ୍ଧାନ୍ତଗୁଡ଼ିକ

ନିର୍ଣାୟକ ଭୂମିକା ନିଭାଉଛି ।

ମୁଁ ମହାପ୍ରଭୁ ଜଗନ୍ନାଥ ଓ

ମା ସମଲେଶ୍ୱରୀଙ୍କ ନିକଟରେ ଆପଣଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନର କାମନା କରୁଛି ବୋଲି କହିଛନ୍ତି

ଧର୍ମେନ୍ଦ୍ର ପ୍ରଧାନ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande