ନୂଆଦିଲ୍ଲୀ, 22 ଅକ୍ଟୋବର (ହି.ସ.)-
କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୃହମନ୍ତ୍ରୀ
ଶ୍ରୀ ଅମିତ ଶାହଙ୍କୁ ଜନ୍ମଦିନର ହାର୍ଦ୍ଧିକ ଶୁଭେଚ୍ଛା।
ସେ ତାଙ୍କର ଲୋକସେବା ପ୍ରତି
ନିଷ୍ଠା ଓ କଠିନ ପରିଶ୍ରମ ପାଇଁ ବ୍ୟାପକ ଭାବେ ସମ୍ମାନିତ। ସେ ଭାରତର ଆନ୍ତରିକ ସୁରକ୍ଷା
ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଓ ପ୍ରତ୍ୟେକ ଭାରତବାସୀଙ୍କୁ ସୁରକ୍ଷିତ ଓ ଗରିମାମୟ ଜୀବନ ଦେବା
ପାଇଁ ଉଲ୍ଲେଖନୀୟ ପ୍ରୟାସ କରିଛନ୍ତି। ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା