ଲକ୍ଷ୍ନୌ, 22 ଅକ୍ଟୋବର (ହି.ସ.)- ସମସ୍ତ
ଶ୍ରଦ୍ଧାଳୁଙ୍କୁ ଗୋବର୍ଦ୍ଧନ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ
ଆଦିତ୍ୟନାଥ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଗୋବଂଶ
ସଂବର୍ଧନ ଓ ପ୍ରକୃତି ସଂରକ୍ଷଣର ଲୋକକଲ୍ୟାଣମୟ ସଂକଳ୍ପର ପବିତ୍ର ଅଭିବ୍ୟକ୍ତି ଗୋବର୍ଧନ ପୂଜା
ଅବସରରେ ସମସ୍ତ ଶ୍ରଦ୍ଧାଳୁ ଓ ରାଜ୍ୟବାସୀଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା।
ପ୍ରଭୁ ଶ୍ରୀକୃଷ୍ଣଙ୍କର
କୃପାରେ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଓ ଆରୋଗ୍ୟର ଆଲୋକରେ
ଆଲୋକିତ ହେଉ — ଏହାହିଁ ପ୍ରାର୍ଥନା କରୁଛି ବୋଲି କହିଛନ୍ତି ଉତର ପ୍ରଦେଶ
ମୁଖ୍ୟମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା