
ଅଯୋଧ୍ୟା, 27 ଅକ୍ଟୋବର (ହି.ସ.)
- ଶ୍ରୀରାମ
ଜନ୍ମଭୂମିରେ ନିର୍ମିତ ଶ୍ରୀରାମଲଲା ମନ୍ଦିରର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି। ପରିସର ଭିତରେ
ନିର୍ମିତ ଛଅଟି ମନ୍ଦିରରେ ଧ୍ବଜଦଣ୍ଡ ଏବଂ କଳସ ସ୍ଥାପନ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି।
ଶ୍ରୀରାମ ଜନ୍ମଭୂମି
ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ସୋମବାର ଜାରି ଥିବା ଏକ ବିବୃତିରେ କହିଛନ୍ତି ଯେ
ସମସ୍ତ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି — ଅର୍ଥାତ୍ ମୁଖ୍ୟ ମନ୍ଦିର, ପରିସରରେ ଥିବା ଛଅଟି ମନ୍ଦିର (ଶିବ, ଗଣେଶ, ହନୁମାନ,
ସୂର୍ଯ୍ୟ, ଭଗବତୀ ଏବଂ ଅନ୍ନପୂର୍ଣ୍ଣା) ସହିତ ଶେଷାବତାର ମନ୍ଦିର ମଧ୍ୟ ସମାପ୍ତ ହୋଇଛି। ଏହି ସମସ୍ତ
ମନ୍ଦିରରେ ଧ୍ବଜଦଣ୍ଡ ଏବଂ କଳସ ସ୍ଥାପିତ ହୋଇଛି।
ସପ୍ତ ମଣ୍ଡପ (ମହର୍ଷି ବାଲ୍ମିକି,
ବଶିଷ୍ଠ, ବିଶ୍ୱାମିତ୍ର,
ମହର୍ଷି ଅଗସ୍ତ୍ୟ, ନିଷାଦରାଜ, ଶବରୀ ଏବଂ
ଋଷିପତ୍ନୀ ଅହଲ୍ୟା) ର ନିର୍ମାଣ କାମ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ଚମ୍ପତ ରାୟ କହିଛନ୍ତି ଯେ ସନ୍ଥ
ତୁଳସୀଦାସ ମନ୍ଦିର, ଜଟାୟୁ ଓ ଗିଲିହାରି
ସ୍ଥାପନ ଇତ୍ୟାଦି ଯେଉଁ କାମଗୁଡ଼ିକ ଦର୍ଶନାର୍ଥୀମାନଙ୍କ ସୁବିଧା ଓ ବ୍ୟବସ୍ଥା ସହ ସିଧାସିଧି
ସମ୍ପର୍କିତ, ସେସବୁ କାମ ମଧ୍ୟ
ସମାପ୍ତ ହୋଇଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା