ଚାଲୁଥିବା ସୁପର ଫାଷ୍ଟ ଟ୍ରେନର କପଲିଂ ଭାଙ୍ଗିବାରୁ ଅଲଗା ହେଲା 4ଟି କୋଚ, ପାଂଚ ଘଂଟା ମୁମ୍ବାଇ-ହାୱଡା ରେଳପଥ ବାଧାପ୍ରାପ୍ତ
ଚିତ୍ରକୂଟ, 27 ଅକ୍ଟୋବର (ହି.ସ.)- ମୁମ୍ବାଇ–ହାୱଡା ରେଲ୍ ଲାଇନର ଠିକରିଆ ଓ ମାରକୁଣ୍ଡି ଷ୍ଟେସନ୍‌ ମଧ୍ୟରେ ମୁମ୍ବାଇ ଏଲଟିଟି ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍‌ର କପଲିଂ ଭାଙ୍ଗିଯାଇଥିବାରୁ ଚାରିଟି କୋଚ୍ ଅଲଗା ହୋଇଗଲା। ଏହି ଘଟଣାରେ ପ୍ରାୟ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ମୁମ୍ବାଇ–ହ
ଚାଲୁଥିବା ସୁପର ଫାଷ୍ଟ     ଟ୍ରେନର କପଲିଂ ଭାଙ୍ଗିବାରୁ ଅଲଗା ହେଲା 4ଟି କୋଚ, ପାଂଚ ଘଂଟା ମୁମ୍ବାଇ-ହାୱଡା ରେଳପଥ     ବାଧାପ୍ରାପ୍ତ


ଚିତ୍ରକୂଟ, 27 ଅକ୍ଟୋବର (ହି.ସ.)- ମୁମ୍ବାଇ–ହାୱଡା ରେଲ୍ ଲାଇନର ଠିକରିଆ ଓ ମାରକୁଣ୍ଡି ଷ୍ଟେସନ୍‌ ମଧ୍ୟରେ ମୁମ୍ବାଇ ଏଲଟିଟି ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍‌ର କପଲିଂ

ଭାଙ୍ଗିଯାଇଥିବାରୁ ଚାରିଟି କୋଚ୍ ଅଲଗା ହୋଇଗଲା। ଏହି ଘଟଣାରେ ପ୍ରାୟ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ

ମୁମ୍ବାଇ–ହାୱଡା ରେଲ୍ ମାର୍ଗ

ବାଧାଗ୍ରସ୍ତ ହୋଇଛି। ପରେ ଟ୍ରେନ୍‌ଗୁଡ଼ିକର ସଂଚାଳନା ପୁଣି ଆରମ୍ଭ ହୋଇଛି। ଏହି ସମୟରେ

ଠିକରିଆ, ମଝଗଓ, ଜୈତବାରା, ସତନା ଇତ୍ୟାଦି ଷ୍ଟେସନ୍‌ରେ 12 ରୁ ଅଧିକ ଟ୍ରେନ୍‌ ରହିଥିଲା।

ମାନିକପୁର ଷ୍ଟେସନ୍‌

ପ୍ରବନ୍ଧକ ଶିବେଶ ମାଲଭିୟା ସୋମବାର କହିଛନ୍ତି ଯେ, ଲୋକମାନ୍ୟ ତିଳକ ଟର୍ମିନସ୍‌ରୁ ଭାଗଲପୁର ଯାଉଥିବା (12336) ଏଲଟିଟିସୁପରଫାଷ୍ଟ

ଏକ୍ସପ୍ରେସ୍ ଟ୍ରେନ୍‌ର ଶେଷରେ ଥିବା ଏସପିକୋଚ୍‌ର କପଲିଂ ଭାଙ୍ଗିଯାଇଥିଲା। ଏହାର ଫଳରେ ଟ୍ରେନ୍‌ର ଚାରିଟି ବଗି

ଅଲଗା ହୋଇଯାଇଥିଲା। ଟ୍ରେନ୍‌ରେ ଯାତ୍ରୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ଯାତ୍ରୀ ଓ

ଗାର୍ଡ ଟ୍ରେନ୍‌ ଚାଳକ ଏବଂ ଷ୍ଟେସନ୍‌ ପ୍ରବନ୍ଧକଙ୍କୁ ସୂଚନା ଦେଇଥିଲେ। ଘଟଣାର ସୂଚନା ପାଇବା

ପରେ ରେଲୱେର ବରିଷ୍ଠ

ଅଧିକାରୀ ଓ ପ୍ରାବିଧିକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande