ଅକ୍ଟୋବର 28ରୁ 30 ଯାଏ ତାମିଲନାଡୁ ଗସ୍ତରେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ, 27 ଅକ୍ଟୋବର (ହି.ସ.)- ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ 28 ରୁ 30 ଅକ୍ଟୋବର ପର୍ଯ୍ୟନ୍ତ ତାମିଲନାଡୁ ଗସ୍ତରେ ରହିବେ। ଉପରାଷ୍ଟ୍ରପତି ପଦଭାର ଗ୍ରହଣ କରିବା ପରେ ତାଙ୍କର ଏହି ପ୍ରଥମ ଯାତ୍ରା ସମୟରେ ସେ କୋଏମ୍ବାଟୁର, ତିରୁପ୍ପୁର, ମଦୁରାଇ ଓ ରାମନାଥପୁରମରେ
ଅକ୍ଟୋବର 28ରୁ 30 ଯାଏ ତାମିଲନାଡୁ     ଗସ୍ତରେ ଉପରାଷ୍ଟ୍ରପତି


ନୂଆଦିଲ୍ଲୀ, 27 ଅକ୍ଟୋବର (ହି.ସ.)- ଉପରାଷ୍ଟ୍ରପତି

ସି.ପି. ରାଧାକୃଷ୍ଣନ 28 ରୁ 30 ଅକ୍ଟୋବର ପର୍ଯ୍ୟନ୍ତ ତାମିଲନାଡୁ ଗସ୍ତରେ ରହିବେ।

ଉପରାଷ୍ଟ୍ରପତି ପଦଭାର ଗ୍ରହଣ କରିବା ପରେ ତାଙ୍କର ଏହି ପ୍ରଥମ ଯାତ୍ରା ସମୟରେ ସେ କୋଏମ୍ବାଟୁର,

ତିରୁପ୍ପୁର, ମଦୁରାଇ ଓ ରାମନାଥପୁରମରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।

ସରକାରଙ୍କ ପକ୍ଷରୁ ଜାରି

ହୋଇଥିବା ବିବୃତି ଅନୁସାରେ, ଉପରାଷ୍ଟ୍ରପତି 26–27 ଅକ୍ଟୋବରରେ ସେସେଲ୍ସ ଗଣରାଜ୍ୟର ଆଧିକାରିକ ଯାତ୍ରା ସମୟରେ

ସେସେଲ୍ସର ରାଷ୍ଟ୍ରପତି ଡା. ପାଟ୍ରିକ ହରମିନିଙ୍କ ଶପଥ ଗ୍ରହଣ ଅନୁଷ୍ଠାନରେ ଯୋଗ ଦେଇଥିଲେ।

ଉପରାଷ୍ଟ୍ରପତି 28

ଅକ୍ଟୋବରରେ କୋଏମ୍ବାଟୁର ପହଞ୍ଚିବେ। କୋଏମ୍ବାଟୁର ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରାଯିବ। କୋଏମ୍ବାଟୁର

ନାଗରିକ ମଞ୍ଚ ତାଙ୍କୁ କୋଏମ୍ବାଟୁର ଜିଲ୍ଲା ସାଣ ଶିଳ୍ପ ସଂଘରେ ସମ୍ମାନିତ କରିବ।

ଉପରାଷ୍ଟ୍ରପତି ଟାଉନ୍‌ ହଲ୍

ନିଗମ ଭବନରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଏବଂ ପରେ କୋଏମ୍ବାଟୁରର

ପେରୁର ମଠରେ ଶାନ୍ତାଲିଙ୍ଗ ରାମସାମୀ ଆଦିଗଲରଙ୍କ ଶତାବ୍ଦୀ ଉତ୍ସବରେ ଯୋଗ ଦେବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande