
ନୂଆଦିଲ୍ଲୀ, ୨୮ ଅକ୍ଟୋବର(ହି.ସ.) – ଦିଲ୍ଲୀ ସରକାର ମଙ୍ଗଳବାର ଦିନ ଦିଲ୍ଲୀରେ କ୍ଲାଉଡ ସିଡିଂଗ (କୃତ୍ରିମ ବର୍ଷା କରିବା ପ୍ରକ୍ରିୟା)ର ଦ୍ୱିତୀୟ ଟ୍ରାୟଲ ସମ୍ପୂର୍ଣ୍ଣ କରିଛି। ଦିଲ୍ଲୀର ପର୍ଯ୍ୟାବରଣ ମନ୍ତ୍ରୀ ଆଇଆଇଟି କାନପୁରର ଏହି ପହଲରେ ଆସନ୍ତା ଚାରି ଘଂଟାରେ ଦିଲ୍ଲୀର କିଛି ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି।
ଆଇଆଇଟି କାନପୁର ପକ୍ଷରୁ କରାଯାଇଥିବା ଟ୍ରାୟଲକୁ ସେସନା ଏୟାରକ୍ରାପ୍ଟ ଜରିଆରେ ଶେଷ କରାଯାଇଛି। ବିମାନ ମେରଠ ପକ୍ଷରୁ ଦିଲ୍ଲୀରେ ଦାଖିଲ ହୋଇଛି। ଏଥିରେ ଖେକଡ଼ା, ବୁରାଡ଼ି, ନର୍ଥ କୋରଲ ବାଗ, ମୟୁର ବିହାର ଆସିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଅନୁଯାୟୀ ପବନ ଉତର ଆଡ଼କୁ ଏବଂ ବାଦଲ ଦିଲ୍ଲୀରେ କୁଆଡ଼େ ମଧ୍ୟ ଯାଇପାରେ।
ଦିଲ୍ଲୀର ପର୍ଯ୍ୟାବରଣ ମନ୍ତ୍ରୀ ମଜିନ୍ଦର ସିଂହ ସିରସା ଏକ ଭିଡିଓ ସନ୍ଦେଶରେ ଟ୍ରାଏଲର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବିମାନ କାନପୁରରୁ ଉଡ଼ିଥିଲା। ମେରଠ ପକ୍ଷରୁ ଦିଲ୍ଲୀରେ ଦାଖିଲ ହୋଇଥିଲା। କ୍ଲାଉଡ ସିଡିଂଗରେ ୮ ଫ୍ଲେୟର୍ସର ବ୍ୟବହାର କରାଯାଇଛି। ସମସ୍ତ ପ୍ଲେୟରର ଓଜନ ୨-୨.୫ କିଲୋଗ୍ରାମ ଅଟେ। ଏହି ପ୍ଲେୟର୍ସ ବାଦଲରେ ସାମଗ୍ରୀ ଛାଡ଼ିଛି। ବାଦଲରେ ୧୫-୨୦ ପ୍ରତିଶତ ଜଳବାୟୁ ଥିଲା। ଏହି ପ୍ରକ୍ରିୟା ଅଧଘଂଟା ପର୍ଯ୍ୟନ୍ତ ଚାଲିଥିଲା ଏବଂ ଏହି ସମୟରେ ଏକ ଫ୍ଲେୟର ୨-୨.୫ ମିନିଟ୍ ପର୍ଯ୍ୟନ୍ତ ଜାରି ରହିଛି। ବିମାନ ଏବେ ମେରଠରେ ଅବତରଣ କରିଛି। ସେ କହିଛନ୍ତି ଯେ ଦ୍ୱିତୀୟ ଉଡ଼ାନ ଏବଂ ତୃତୀୟ ଟ୍ରାୟଲ ଆଜି କରାଯିବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି