ଲାଲ୍ ଚନ୍ଦନ ଚାଷ କରୁଥିବା ତାମିଲନାଡ଼ୁର କୃଷକଙ୍କୁ ଏନ୍‌ବିଏ ଜାରି କଲା ୫୫ ଲକ୍ଷ ଟଙ୍କା
ନୂଆଦିଲ୍ଲୀ, ୨୮ ଅକ୍ଟୋବର(ହି.ସ.) – ରାଷ୍ଟ୍ରୀୟ ଜୈବ ବିବିଧତା ପ୍ରାଧିକରଣ(ଏନ୍‌ବିଏ) ରାଜ୍ୟ ଜୈବ ବିବିଧତା ବୋର୍ଡ଼ ମାଧ୍ୟମରେ ତାମିଲନାଡ଼ୁରେ ଲାଲ୍ ଚନ୍ଦନ(ପ୍ଟେରୋକାର୍ପସ ସେଂଟାଲିନସ)ର ୧୮ କୃଷକଙ୍କୁ ୫୫ ଲକ୍ଷ ଟଙ୍କା ଜାରି କରିଛି। ଏହା କୃଷକ ତିରୁବଲ୍ଲୁର ଜିଲ୍ଲାର କନ୍ନଭିରନ ନଗର, କୋଥୁର, ବେମ୍ବେଡୁ
ଲାଲ୍ ଚନ୍ଦନ ଚାଷ କରୁଥିବା ତାମିଲନାଡ଼ୁର କୃଷକଙ୍କୁ ଏନ୍‌ବିଏ ଜାରି କଲା ୫୫ ଲକ୍ଷ ଟଙ୍କା


ନୂଆଦିଲ୍ଲୀ, ୨୮ ଅକ୍ଟୋବର(ହି.ସ.) – ରାଷ୍ଟ୍ରୀୟ ଜୈବ ବିବିଧତା ପ୍ରାଧିକରଣ(ଏନ୍‌ବିଏ) ରାଜ୍ୟ ଜୈବ ବିବିଧତା ବୋର୍ଡ଼ ମାଧ୍ୟମରେ ତାମିଲନାଡ଼ୁରେ ଲାଲ୍ ଚନ୍ଦନ(ପ୍ଟେରୋକାର୍ପସ ସେଂଟାଲିନସ)ର ୧୮ କୃଷକଙ୍କୁ ୫୫ ଲକ୍ଷ ଟଙ୍କା ଜାରି କରିଛି। ଏହା କୃଷକ ତିରୁବଲ୍ଲୁର ଜିଲ୍ଲାର କନ୍ନଭିରନ ନଗର, କୋଥୁର, ବେମ୍ବେଡୁ, ସିରୁନିୟୁମ. ଗୁନରପଏ୍‌ଏୟେମ, ଅମ୍ମାମ୍ବକ୍କମ, ଅଲୀକୁଝୀ ଏବଂ ଥିମ୍ମାବୁପୋଲା ପୁରମ ନାମକ ୮ ଗାଆଁର ନିବାସୀ ଅଟେ।

ଏନ୍‌ବିଏ ମଙ୍ଗଳବାର ଦିନ ଜାରି ବୟାନରେ କହିଛନ୍ତି ଏହି ଅନୁଦାନ ପ୍ରଥମେ ଆନ୍ଧ୍ରପ୍ରଦେଶ ବନ ବିଭାଗ, କର୍ଣ୍ଣାଟକ ବନ ବିଭାଗ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ଜୈବ ବିବିଧିତା ବୋର୍ଡ଼କୁ ଲାଲ୍ ଚନ୍ଦନର ସୁରକ୍ଷା ଏବଂ ସମ୍ବର୍ନ୍ଧନ ହେତୁ ଜାରି କରାଯାଇଥିବା ୪୮.୦୦ କୋଟି ଟଙ୍କାର ଏବିଏସ୍ ଅଂଶଦାନର ଅତିରିକ୍ତ ଅଟେ। ଏନ୍‌ବିଏ ୨୦୧୫ରେ ଲାଲ୍ ଚନ୍ଦନରେ ବିଶେଷଜ୍ଞ ସମିତି ଗଠିତ କରଯାଇଥିଲା ଯାହାର ସୁପାରିଶ ଉପରେ କୃଷକଙ୍କୁ ୫୫ ଲକ୍ଷ ଟଙ୍କା ଜାରି କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande