ଉତର ପ୍ରଦେଶରେ ସ୍ୱତନ୍ତ୍ର ସଘନ ସଂଶୋଧନ ଆରମ୍ଭ; ରାଜ୍ୟର ୧.୬୨ ଲକ୍ଷ ଭୋଟଦାନ କେନ୍ଦ୍ରରେ ଏକକାଳୀନ ଚାଲିବ ଅଭିଯାନ
ଲକ୍ଷ୍ନୌ, ୨୮ ଅକ୍ଟୋବର (ହି.ସ.)- ଭାରତୀୟ ନିର୍ବାଚନ କମିଶନ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ର ଦ୍ୱିତୀୟ ପର୍ଯ୍ୟାୟରେ ଉତର ପ୍ରଦେଶ ସମେତ ୧୨ଟି ରାଜ୍ୟରେ ଭୋଟର ତାଲିକାର ସମ୍ପୂର୍ଣ୍ଣ ସଂଶୋଧନ କରିବାକୁ ନିଷ୍ପତି ନେଇଛନ୍ତି । ପ୍ରାୟ ୨୨ ବର୍ଷ ପରେ ଏହି ସ୍ୱତନ୍ତ୍ର ଅଭିଯାନ ଆଜି, ୨୮ ଅକ୍ଟୋବର, ୨୦୨
ଉତର ପ୍ରଦେଶରେ ସ୍ୱତନ୍ତ୍ର ସଘନ ସଂଶୋଧନ ଆରମ୍ଭ; ରାଜ୍ୟର ୧.୬୨ ଲକ୍ଷ ଭୋଟଦାନ କେନ୍ଦ୍ରରେ ଏକକାଳୀନ ଚାଲିବ ଅଭିଯାନ


ଲକ୍ଷ୍ନୌ, ୨୮ ଅକ୍ଟୋବର (ହି.ସ.)- ଭାରତୀୟ ନିର୍ବାଚନ କମିଶନ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ର ଦ୍ୱିତୀୟ ପର୍ଯ୍ୟାୟରେ ଉତର ପ୍ରଦେଶ ସମେତ ୧୨ଟି ରାଜ୍ୟରେ ଭୋଟର ତାଲିକାର ସମ୍ପୂର୍ଣ୍ଣ ସଂଶୋଧନ କରିବାକୁ ନିଷ୍ପତି ନେଇଛନ୍ତି । ପ୍ରାୟ ୨୨ ବର୍ଷ ପରେ ଏହି ସ୍ୱତନ୍ତ୍ର ଅଭିଯାନ ଆଜି, ୨୮ ଅକ୍ଟୋବର, ୨୦୨୫ ରେ ପୁଣି ଆରମ୍ଭ ହୋଇଛି । ଏହି ସଂଶୋଧନ ସମଗ୍ର ଉତର ପ୍ରଦେଶର ୧,୬୨,୪୮୬ ମତଦାନ କେନ୍ଦ୍ରରେ ଏକକାଳୀନ କରାଯିବ ଏବଂ ଏହି ଉଦ୍ଦେଶ୍ୟରେ, ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜଣେ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଏବଂ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଜଣେ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ଉତର ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନୱା କହିଛନ୍ତି ଯେ, ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଏବଂ ବିଏଲଓ ମାନଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ସଫଳତାର ସହିତ ପରିଚାଳନା କରିବା ପାଇଁ ତାଲିମ୍ ଦିଆଯାଇଛି । କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରସ୍ତୁତି, ତାଲିମ୍ ଏବଂ ଫର୍ମ ମୁଦ୍ରଣ ଅକ୍ଟୋବର ୨୮ ରୁ ନଭେମ୍ବର ୩ ପର୍ଯ୍ୟନ୍ତ ହେବ । ନଭେମ୍ବର ୪ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ, ବିଏଲଓ ମାନେ ଘରକୁ ଘର ଯାଇ ସମ୍ପୂର୍ଣ୍ଣ ଗଣନା ଫର୍ମ ବଂଟନ ଏବଂ ସଂଗ୍ରହ କରିବେ । ଡ୍ରାଫ୍ଟ ଭୋଟର ତାଲିକା ଡିସେମ୍ବର ୯ ରେ ପ୍ରକାଶିତ ହେବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande