
ନୂଆଦିଲ୍ଲୀ, 28 ଅକ୍ଟୋବର (ହି.ସ.)- କେନ୍ଦ୍ର ସରକାର
ମଙ୍ଗଳବାର ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନକୁ ଅନୁମୋଦନ କରିଛି। ଏହି ଆୟୋଗ ତାହାର ଗଠନ
ତାରିଖରୁ 18 ମାସ ମଧ୍ୟରେ ନିଜ ସୁପାରିଶ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ
ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳୀୟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି
ଦିଆଯାଇଛି।
ସୂଚନା ଓ ପ୍ରସାରଣ ମନ୍ତ୍ରୀ
ଅଶ୍ୱିନୀ ବୈଷ୍ଣବ ଏଠାରେ ଜାତୀୟ ମିଡିଆ କେନ୍ଦ୍ରରେ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରିମଣ୍ଡଳର
ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ବୈଷ୍ଣବ କହିଛନ୍ତି ଯେ 8ମ ବେତନ ଆୟୋଗ ଏକ ଅସ୍ଥାୟୀ
ସଂସ୍ଥା ହେବ। ଏଥିରେ ଜଣେ ଅଧ୍ୟକ୍ଷ, ଜଣେ ସଦସ୍ୟ ଏବଂ ଜଣେ
ସଦସ୍ୟ-ସଚିବ ରହିବେ। ସେ ଆହୁରି କହିଛନ୍ତି ଯେ ଏହି ଆୟୋଗ ତାହାର ଗଠନ ତାରିଖରୁ 18 ମାସ ମଧ୍ୟରେ
ନିଜ ସୁଫାରିଶ ଦେବ।
ସରକାର ଜାନୁଆରୀ ମାସରେ
କେନ୍ଦ୍ରୀୟ କର୍ମଚାରୀମାନଙ୍କ ବେତନ ଏବଂ ଅନ୍ୟାନ୍ୟ ଲାଭ ସମ୍ବନ୍ଧୀୟ ପରିବର୍ତ୍ତନ ଯାଞ୍ଚ ଓ ସୁପାରିଶ
ପାଇଁ 8ମ ବେତନ ଆୟୋଗ ଗଠନର ଘୋଷଣା କରିଥିଲା।
ବେତନ ଆୟୋଗଗୁଡ଼ିକ ନିୟମିତ
ଭାବେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାରିଶ୍ରମିକ ଗଠନ, ପେନସନ ସୁବିଧା ଏବଂ
ଅନ୍ୟାନ୍ୟ ସେବା ସର୍ତ୍ତ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ବିଚାର କରି ଆବଶ୍ୟକ ସଂଶୋଧନ ପାଇଁ ସୁଫାରିଶ
କରିବା ନିମନ୍ତେ ଗଠିତ ହୁଏ। ସାଧାରଣତଃ ବେତନ ଆୟୋଗର ସୁପାରିଶ ପ୍ରତି 10 ବର୍ଷ ମଧ୍ୟରେ ପ୍ରୟୋଗ
କରାଯାଇଥାଏ। ଏହି ଅନୁସାରେ, 8ମ ବେତନ ଆୟୋଗର ସୁପାରିଶ ଆଗାମୀ ବର୍ଷରୁ ଲାଗୁ ହେବାର
ଆଶା ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା