ସାରା ଦେଶରେ ଛଠ୍ ପୂଜାର ଧୁମ, ଉଦୟ ସୂର୍ଯ୍ୟଙ୍କୁ ଦିଆଗଲା ଅର୍ଘ୍ୟ
ନୂଆଦିଲ୍ଲୀ, 28 ଅକ୍ଟୋବର (ହି.ସ.)- ସୂର୍ଯ୍ୟ ଉପାସନାର ମହାପର୍ବ ଛଠ ପୂଜାର ଆଜି ସମାପନ ହେଉଛି। ବିହାର ଏବଂ ଝାରଖଣ୍ଡ ସହିତ ସମଗ୍ର ଦେଶରେ ଛଠ ପୂଜା ଉତ୍ସାହ ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଉପାସକମାନଙ୍କ ପାଇଁ ଘାଟଗୁଡିକରେ ବିଶେଷ ବ୍ୟବସ୍ଥା କରାଯାଇଛି। ଉଦୟ ସୂର୍
ସାରା ଦେଶରେ ଛଠ୍ ପୂଜାର     ଧୁମ, ଉଦୟ ସୂର୍ଯ୍ୟଙ୍କୁ ଦିଆଗଲା ଅର୍ଘ୍ୟ


ନୂଆଦିଲ୍ଲୀ, 28 ଅକ୍ଟୋବର (ହି.ସ.)- ସୂର୍ଯ୍ୟ

ଉପାସନାର ମହାପର୍ବ ଛଠ ପୂଜାର ଆଜି ସମାପନ ହେଉଛି। ବିହାର ଏବଂ ଝାରଖଣ୍ଡ ସହିତ ସମଗ୍ର ଦେଶରେ ଛଠ

ପୂଜା ଉତ୍ସାହ ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଉପାସକମାନଙ୍କ ପାଇଁ ଘାଟଗୁଡିକରେ ବିଶେଷ

ବ୍ୟବସ୍ଥା କରାଯାଇଛି। ଉଦୟ ସୂର୍ଯ୍ୟଙ୍କୁ ‘ଉଷା ଅର୍ଘ୍ୟ’ ଅର୍ପଣ କରିବା ପାଇଁ

ଭକ୍ତମାନେ ଭୋରରୁ ହିଁ ଘାଟରେ ପହଞ୍ଚିଯାଇଥିଲେ।

ରାଜଧାନୀ ଦିଲ୍ଲୀର ଆଇ.ଟି.ଓ.

ଯମୁନା ବ୍ୟାରାଜ ନିକଟର ଚମକୁଥିବା ହାତୀ ଘାଟରେ ଭକ୍ତମାନେ ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଛନ୍ତି।

ଛଠ ପୂଜାର ଶେଷ ଦିନ ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପାଇଁ ଶାସ୍ତ୍ରୀ ଘାଟରେ ଭକ୍ତମାନଙ୍କ

ଭିଡ଼ ଲାଗିଥିଲା। ଘାଟରେ ଉଷା ଅର୍ଘ୍ୟ ଅର୍ପଣ ସହିତ ଚାରିଦିନିଆ ଛଠ ପର୍ବର ସମାପନ ହୋଇଛି।

ବିହାରର ରାଜଧାନୀ ପାଟନାରେ

ଉଷା ଅର୍ଘ୍ୟ ପାଇଁ ଲୋକମାନେ କଲେକ୍ଟରେଟ୍ ଘାଟରେ ଭିଡ଼ କରିଥିଲେ। ଉତ୍ତର ପ୍ରଦେଶର ଗୋରଖପୁରରେ

ରାପ୍ତି ନଦୀ କୂଳରେ ଅବସ୍ଥିତ ଗୁରୁ ଗୋରକ୍ଷନାଥ ଘାଟରେ ମଧ୍ୟ ବହୁ ସଂଖ୍ୟକ ଭକ୍ତମାନେ ଉଦୟ

ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଛନ୍ତି। ବାରାଣସୀର ଘାଟଗୁଡିକରେ ମଧ୍ୟ ଭିଡ଼ ଜମିଥିଲା । ସୂର୍ଯ୍ୟ ଦେବଙ୍କ

ଉପାସନାକୁ ସମର୍ପିତ ଏହି ଚାରିଦିନିଆ ଛଠ ମହାପର୍ବ ଶନିବାର ‘ନହାଏ-ଖାଏ’ ନାମକ ପବିତ୍ର

ଅନୁଷ୍ଠାନ ସହ ଆରମ୍ଭ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande