ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର- ଚିରାଗ ପାଶୱାନ
ପାଟଣା, 28 ଅକ୍ଟୋବର (ହି.ସ.)- ଲୋକ ଜନଶକ୍ତି ପାର୍ଟି–ରାମବିଲାସ (ଲୋଜପା-ଆର) ର ଜାତୀୟ ଅଧ୍ୟକ୍ଷ ଓ କେନ୍ଦ୍ରୀୟ ମନ୍ତ୍ରୀ ଚିରାଗ ପାଶୱାନ ବିହାର ବିଧାନସଭା ନିର୍ବାଚନରେ ଏନଡିଏ ର ବିଜୟ ଦାବି କରିଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ନୀତିଶ କୁମାର ବିହାରର ପର
ବିହାରର ପରବର୍ତ୍ତୀ     ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର- ଚିରାଗ ପାଶୱାନ


ପାଟଣା, 28 ଅକ୍ଟୋବର (ହି.ସ.)- ଲୋକ ଜନଶକ୍ତି

ପାର୍ଟି–ରାମବିଲାସ (ଲୋଜପା-ଆର) ର ଜାତୀୟ ଅଧ୍ୟକ୍ଷ ଓ କେନ୍ଦ୍ରୀୟ ମନ୍ତ୍ରୀ

ଚିରାଗ ପାଶୱାନ ବିହାର ବିଧାନସଭା ନିର୍ବାଚନରେ ଏନଡିଏ ର ବିଜୟ ଦାବି କରିଛନ୍ତି। ସେ ଏହା ମଧ୍ୟ

ସ୍ପଷ୍ଟ କରିଛନ୍ତି ଯେ ନୀତିଶ କୁମାର ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।

ରାଜଧାନୀ ପାଟଣାରେ

ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି – “ଯେତେବେଳେ ନୀତିଶ

କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯାଉଛି, ତେବେ ଅନ୍ୟ କେହି

ମୁଖ୍ୟମନ୍ତ୍ରୀ କିପରି ହୋଇପାରିବେ?”

ସାମ୍ବାଦିକମାନଙ୍କ ପ୍ରଶ୍ନରେ

କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ କଥାକୁ ସମର୍ଥନ କରି ସେ କହିଛନ୍ତି ଯେ ଅମିତ ଶାହ ମାତ୍ର

ଏକ ପ୍ରକ୍ରିୟା ବ୍ୟାଖ୍ୟା କରିଥିଲେ — ସେ କହିଥିଲେ ଯେ ନୀତିଶ

କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବଛାଯିବ।

ସେ ଆହୁରି କହିଛନ୍ତି, “ଏଠି ପାଞ୍ଚଟି ଦଳ ଅଛି, ପ୍ରତ୍ୟେକ ଦଳର ବିଧାୟକମାନେ ମିଶି ନୀତିଶ କୁମାରଙ୍କୁ

ମୁଖ୍ୟମନ୍ତ୍ରୀ ଭାବେ ବାଛିବେ। ବିହାରରେ ଶୀଘ୍ର ଡବଲ୍ ଇଞ୍ଜିନ ସରକାର ଗଠିତ ହେବ।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande