
ଅଂକାରା, 28 ଅକ୍ଟୋବର (ହି.ସ.)-ତୁର୍କୀର
ବାଲିକେସିର୍ ଅଂଚଳରେ ଭୂମିକମ୍ପ ଯୋଗୁ ଭୟାବହ ଧ୍ୱଂସ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.1 ରେକର୍ଡ ହୋଇଛି। ଭୂମିକମ୍ପର ଜୋରଦାର ଝଟକା ଇସ୍ତାନବୁଲ ଓ ଅନ୍ୟାନ୍ୟ ସହରରେ ମଧ୍ୟ
ଅନୁଭବ କରାଯାଇଛି। ଭୟଭୀତ ଲୋକେ ଘରୁ ବାହାରି ପଳାଇଛନ୍ତି। ଅନେକ ଅଟାଳିକା ତୀବ୍ର ଝଟକା କାରଣରୁ
ଭୂମିସ୍ତ ହୋଇଛି। ଦେଶର ଜରୁରୀକାଳୀନ ଏଜେନ୍ସି ଏହି ସୂଚନା ଦେଇଛି।
‘ଟିଆରଟି ୱର୍ଲ୍ଡ’ ନ୍ୟୁଜ୍ ଚ୍ୟାନେଲର ଖବର ଅନୁସାରେ, ତୁର୍କୀର ଜରୁରୀକାଳୀନ ଏଜେନ୍ସି କହିଛି ଯେ ସୋମବାର ରାତିରେ ବାଲିକେସିର୍ ପ୍ରାନ୍ତରେ 6.1
ତୀବ୍ରତାର ଭୂମିକମ୍ପ ହୋଇଥିଲା। ତୁର୍କିର ବିପର୍ଯ୍ୟୟ ଓ ଜରୁରୀକାଳୀନ ପରିଚାଳନା ପ୍ରାଧିକରଣ
ଜଣାଇଛି ଯେ ଭୂମିକମ୍ପ ସ୍ଥାନୀୟ ସମୟ ରାତି 10:48ରେ ହୋଇଥିଲା। ଏପର୍ଯ୍ୟନ୍ତ କାହାର ମୃତ୍ୟୁ କିମ୍ବା ଆହତ ହେବାର ସୂଚନା ମିଳିନି।
ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠରୁ 5.99 କିଲୋମିଟର ଗଭୀରତାରେ ଥିଲା ଏବଂ ଇସ୍ତାନବୁଲ ସହିତ ଆଖପାଖର
ଅଂଚଳଗୁଡ଼ିକରେ ମଧ୍ୟ ଅନୁଭବ କରାଯାଇଥିଲା।
ତୁର୍କୀର ଉପରାଷ୍ଟ୍ରପତି
ସେଭଦତ୍ ଯିଲମାଜ୍ ତୁର୍କୀର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ କହିଛନ୍ତି,
“ବିପର୍ଯ୍ୟୟ ଓ ଜରୁରୀକାଳୀନ ପରିଚାଳନା ପ୍ରାଧିକରଣ ଏବଂ
ଅନ୍ୟ ସମ୍ପର୍କିତ ସଂସ୍ଥାଗୁଡ଼ିକ ତଦନ୍ତ ଆରମ୍ଭ କରିଛନ୍ତି ଏବଂ ରିପୋର୍ଟଗୁଡ଼ିକୁ ସାବଧାନତାର
ସହିତ ପରୀକ୍ଷା କରାଯାଉଛି।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା