କାଲି ମୁମ୍ବାଇରେ ମେରିଟାଇମ ଲିଡର୍ସ କନକ୍ଲେଭକୁ ସଂବୋଧିତ କରିବେ ପିଏମ ମୋଦି
ନୂଆଦିଲ୍ଲୀ, 28 ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର (୨୯ ଅକ୍ଟୋବର) ମୁମ୍ବାଇ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ସନ୍ଧ୍ୟା ସମୟରେ ପ୍ରାୟ ୪ଟା ବେଳେ ନେସ୍କୋ ଏକଜିବିଶନ ସେଣ୍ଟରରେ ଆୟୋଜିତ “ଇଣ୍ଡିଆ ମେରିଟାଇମ ଉଇକ ୨୦୨୫”ରେ ମେରିଟାଇମ ଲିଡର୍ସ କନକ୍ଲେଭକୁ
କାଲି ମୁମ୍ବାଇରେ ମେରିଟାଇମ     ଲିଡର୍ସ କନକ୍ଲେଭକୁ ସଂବୋଧିତ କରିବେ ପିଏମ ମୋଦି


ନୂଆଦିଲ୍ଲୀ, 28 ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ବୁଧବାର (୨୯ ଅକ୍ଟୋବର) ମୁମ୍ବାଇ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ସନ୍ଧ୍ୟା

ସମୟରେ ପ୍ରାୟ ୪ଟା ବେଳେ ନେସ୍କୋ ଏକଜିବିଶନ ସେଣ୍ଟରରେ ଆୟୋଜିତ “ଇଣ୍ଡିଆ ମେରିଟାଇମ ଉଇକ ୨୦୨୫”ରେ ମେରିଟାଇମ ଲିଡର୍ସ କନକ୍ଲେଭକୁ

ସମ୍ବୋଧନ କରିବେ ଏବଂ “ଗ୍ଲୋବାଲ ମେରିଟାଇମ ସିଇଓ ଫୋରମ” ର ଅଧ୍ୟକ୍ଷତା କରିବେ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ

ଅନୁସାରେ, ଆଇଏମଡବ୍ଲୁ-2025 ର ବିଷୟ ହେଉଛି – “ସମୁଦ୍ରର ଏକତା,

ଏକ ସମୁଦ୍ରୀ ଦୃଷ୍ଟିକୋଣ”। ଏହାର ଆୟୋଜନ ୨୭ ରୁ ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ହେବ। ଏହି ଆୟୋଜନରେ ଭାରତ କିପରି ଏକ

ବିଶ୍ୱସ୍ତରୀୟ ସାମୁଦ୍ରିକ କେନ୍ଦ୍ର ଏବଂ “ନୀଳ ଅର୍ଥନୀତି” ରେ ଅଗ୍ରଗାମୀ ଦେଶ ଭାବେ ଆଗୁଆ ହେବାର ରଣନୀତିମୂଳକ ରୋଡମ୍ୟାପ ପ୍ରଦର୍ଶିତ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande