ଜଳବାୟୁ ପରିବର୍ତ୍ତନ ସହ ମୁକାବିଲା ପାଇଁ ଭାରତ ଦୃଢ ସଂକଳ୍ପିତ- ରାଷ୍ଟ୍ରପତି
ନୂଆଦିଲ୍ଲୀ, 28 ଅକ୍ଟୋବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଏହି ବିପଦ ସହିତ ମୁକାବିଲା କରିବା ପାଇଁ ତୁରନ୍ତ ଏବଂ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ। ଭାରତ ଜଳବାୟୁ ପରିବର୍ତ୍ତନ ସ
ଜଳବାୟୁ ପରିବର୍ତ୍ତନ ସହ     ମୁକାବିଲା ପାଇଁ ଭାରତ ଦୃଢ ସଂକଳ୍ପିତ- ରାଷ୍ଟ୍ରପତି


ନୂଆଦିଲ୍ଲୀ, 28 ଅକ୍ଟୋବର (ହି.ସ.)- ରାଷ୍ଟ୍ରପତି

ଦ୍ରୌପଦୀ ମୁର୍ମୁ ମଙ୍ଗଳବାର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱକୁ ପ୍ରଭାବିତ

କରୁଛି। ଏହି ବିପଦ ସହିତ ମୁକାବିଲା କରିବା ପାଇଁ ତୁରନ୍ତ ଏବଂ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ।

ଭାରତ ଜଳବାୟୁ ପରିବର୍ତ୍ତନ ସହିତ ମୁକାବିଲା କରିବା ପାଇଁ ଦୃଢ଼ ସଂକଳ୍ପିତ।

ରାଷ୍ଟ୍ରପତି ମୁର୍ମୁ ଆଜି

ନୂଆଦିଲ୍ଲୀରେ “ଆନ୍ତର୍ଜାତୀୟ ସୂର୍ଯ୍ୟ ଜୋଟ” ର ଅଷ୍ଟମ ଅଧିବେଶନର

ଉଦଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଲେ ଯେ ଆଇଏସଏମାନବଜାତିଙ୍କ ସମାନ ଆକାଂକ୍ଷାର ପ୍ରତୀକ — ସେହି ଆକାଂକ୍ଷା

ଯାହା ସମାବେଶ, ସମ୍ମାନ ଓ ସାମୂହିକ ସମୃଦ୍ଧିର ଉତ୍ସ ଭାବେ ସୂର୍ଯ୍ୟ ଶକ୍ତିର ସଦ୍‌ବ୍ୟବହାର

କରିବାକୁ ଚାହେ। ସେ ଏହି କଥା ଉଲ୍ଲେଖ କରିଛନ୍ତି ଯେ ଆଇଏସଏସୂର୍ଯ୍ୟ ଶକ୍ତିକୁ ଆପଣାଇ ଓ ବ୍ୟବହାରକୁ ଉତ୍ସାହିତ କରି ଏହି ବିଶ୍ୱ ଚ୍ୟାଲେଞ୍ଜ ସହିତ

ମୁକାବିଲା କରିବାର ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ।

ରାଷ୍ଟ୍ରପତି କହିଛନ୍ତି ଯେ

ସମାବେଶିତାର ଧାରଣା ଭାରତର ଉନ୍ନୟନ ଯାତ୍ରାକୁ ପରିଭାଷିତ କରେ। ସୂଦୂର ଅଞ୍ଚଳରେ ଘରକୁ ଆଲୋକିତ

କରିବାର ଆମର ଅନୁଭବ ଏହି ବିଶ୍ୱାସକୁ ମଜବୁତ କରେ ଯେ ଉର୍ଜା ସମାନତା ହେଉଛି ସାମାଜିକ ସମାନତାର

ଭିତ୍ତି। ସେ କହିଛନ୍ତି ଯେ ଶସ୍ତା ଓ ସ୍ୱଚ୍ଛ ଉର୍ଜା ପ୍ରାପ୍ତି ସମାଜକୁ ସଶକ୍ତ କରେ, ସ୍ଥାନୀୟ ଅର୍ଥନୀତିକୁ ଗତି ଦିଏ ଏବଂ ଏମିତି ସୁଯୋଗ ସୃଷ୍ଟି କରେ ଯାହା ବିଦ୍ୟୁତ୍ ସରବରାହର

ସୀମା ଛାଡ଼ି ଦୂର ପର୍ଯ୍ୟନ୍ତ ବିସ୍ତାରିତ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande