
ନୂଆଦିଲ୍ଲୀ, 28 ଅକ୍ଟୋବର (ହି.ସ.)- ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ରେଖା ଗୁପ୍ତା ମଙ୍ଗଳବାର ଦିନ ଆଇଟିଓ ସ୍ଥିତ ହାତୀ ଘାଟରେ ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ
କରିଛନ୍ତି । ଏହି ସମୟରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା ଓ ଲକ୍ଷ୍ମୀ ନଗର
ବିଧାୟକ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ଦିଲ୍ଲୀର ଅଢେଇ
କୋଟି ଲୋକଙ୍କ ପାଇଁ ଛଠ ମାଆଙ୍କ ନିକଟରେ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି । ସେ
ଏଠାରେ ଛଠ ଉପାସକମାନଙ୍କୁ ସମ୍ବୋଧିତ କରିଛନ୍ତି । ରେଖା ଗୁପ୍ତା କହିଛନ୍ତି ଯେ, ଏଥର ଲୋକମାନେ ଯମୁନା ସ୍ଥିତ ଘାଟଗୁଡ଼ିକରେ ପୂଜା କରିବାର ସୁଯୋଗ
ପାଇଛନ୍ତି, ପୂର୍ବରୁ ସେମାନେ ବାଧ୍ୟହୋଇ ଅନ୍ୟାନ୍ୟ ସ୍ଥାନରେ ଛଠ ମାଆଙ୍କ ପୂଜା
କରିବାକୁ ପଡ଼ୁଥିଲା। ଦିଲ୍ଲୀ ସରକାର ଏଥର 17ଟି ମଡେଲ ଘାଟ ସହିତ 1300ରୁ ଅଧିକ ଘାଟରେ ସମସ୍ତ
ବ୍ୟବସ୍ଥା ଉପଲବ୍ଧ କରାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଏଥର ଦିଲ୍ଲୀ ସମଗ୍ର ଭାବରେ ଛଠର ମହୋତ୍ସବରେ ଭିଜିଯାଇଛି। ଦେଶରେ ଦିଲ୍ଲୀର
ଛଠ ପୂଜାର ଚର୍ଚ୍ଚା ଚାଲିଛି। ସେ କହିଛନ୍ତି ଯେ, ଛଠ
ପୂଜାର ପ୍ରଭାତି ଅର୍ଘ୍ୟ ଆମକୁ ସ୍ମରଣ କରାଏ ଯେ ପ୍ରତ୍ୟେକ ନୂଆ ଦିନ ଏକ ନୂଆ ଆରମ୍ଭର ଅବସର ନେଇ
ଆସେ। ସୂର୍ଯ୍ୟଦେବଙ୍କୁ ଅର୍ପିତ ଏହି ଅର୍ଘ୍ୟ ଜୀବନରେ ଶକ୍ତି ଭରେ, ବିଶ୍ୱାସ ଜଗାଏ ଓ ଅନୁଶାସନର ପ୍ରେରଣା ଦେଇଥାଏ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା