
ନୂଆଦିଲ୍ଲୀ, 28 ଅକ୍ଟୋବର (ହି.ସ.)-ଉପରାଷ୍ଟ୍ରପତି
ସି.ପି. ରାଧାକୃଷ୍ଣନ୍ ଆଜିଠାରୁ ତିନିଦିନ (ଅକ୍ଟୋବର 28 ରୁ 30 ପର୍ଯ୍ୟନ୍ତ) ତାମିଲନାଡୁ ଗସ୍ତରେ
ଯିବେ। ଉପରାଷ୍ଟ୍ରପତି ଭାବେ ପଦଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଯାତ୍ରା ଅଟେ। ଏହି
ସମୟରେ ସେ କୋଏମ୍ବାଟୁର, ତିରୁପ୍ପୁର,
ମଦୁରାଇ ଏବଂ ରାମନାଥପୁରମରେ ବିଭିନ୍ନ କାର୍ଯ୍ୟକ୍ରମରେ
ଅଂଶଗ୍ରହଣ କରିବେ।
ଔପଚାରିକ ବିଜ୍ଞପ୍ତି
ଅନୁସାରେ, ଉପରାଷ୍ଟ୍ରପତି
ସେସେଲସ୍ରୁ ଆଜି ସିଧାସଳଖ କୋଏମ୍ବାଟୁର ପହଞ୍ଚିବେ। ଏଥିପୂର୍ବରୁ ସେ 26 ରୁ 27 ଅକ୍ଟୋବର
ପର୍ଯ୍ୟନ୍ତ ସେସେଲସ୍ ଗଣରାଜ୍ୟର ଆଧିକାରିକ ଭ୍ରମଣ କରିଥିଲେ। ସେ ସେଠାରେ ସେସେଲସ୍ର
ରାଷ୍ଟ୍ରପତି ଡ଼ଃ ପ୍ୟାଟ୍ରିକ୍ ହର୍ମିନଙ୍କ ଶପଥ ଗ୍ରହଣ ଅନୁଷ୍ଠାନରେ ଅଂଶଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା