
ଦରଭଙ୍ଗା, ୨୯ ଅକ୍ଟୋବର(ହି.ସ.) – ବିହାର ନିର୍ବାଚନ ମଧ୍ୟରେ ମଙ୍ଗଳବାର ଦିନ ଅଲୀନଗର ବିଧାନସଭାର ଐତିହାସିକ ଧରତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏପରି ଗର୍ଜନ କରିଛନ୍ତି ଯେଉଁଥିରେ ପୁରା ମିଥିଳାକୁ ରାଜନୀତିକ ଜୋଶ୍ରେ ଭରିଦେଇଛନ୍ତି। ବିଶାଳ ଭିଡ଼ ମଧ୍ୟରେ ସେ ସ୍ପଷ୍ଟ କରିଛନ୍ତି- “ଏହି ନିର୍ବାଚନ କେବଳ ସରକାର ପରିବର୍ତନର ନୁହେଁ, ପରନ୍ତୁ ମିଥିଳାର ସଂସ୍କୃତି, ଅସ୍ମିତା ଏବଂ ରାଷ୍ଟ୍ରଭକ୍ତିର ରକ୍ଷାର ନିର୍ବାଚନ ଅଟେ।
ସଭାସ୍ଥଳରେ ଜୟ ଶ୍ରୀରାମ ଏବଂ ଭାରତ ମାତା କି ଜୟ ସ୍ଲୋଗାନ ମଧ୍ୟରେ ଶାହ ନିଜ ଭାଷଣ ଆରମ୍ଭ ମିଥିଳା ଏବଂ ମାତା ସୀତାଙ୍କ ପ୍ରତି ଶ୍ରଦ୍ଧା ବ୍ୟକ୍ତି କରି କହିଥିଲେ। ସେ କହିଥିଲେ ଯେ ମୁଁ ମାତା ସୀତାଙ୍କ ପବିତ୍ର ଭୂମିକୁ ଆସିଛି। ଏହି ମାଟି ତ୍ୟାଗ, ମର୍ଯ୍ୟାଦା ଏବଂ ସଂସ୍କୃତିର ପ୍ରତୀକ ଅଟେ। ଏବେ ଏହି ଭୂମିରୁ ଏକ ନୂଆ ରାଜନୀତିକ ସଂସ୍କୃତିର ଉଦୟ ହେବ- ଯାହା ନିଷ୍ଠା, ସେବା ଏବଂ ସତ୍ୟ ଉପରେ ଆଧାରିତ ହେବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି