ପୁଣେରେ ସନ୍ଦିଗ୍ଧ ଆତଙ୍କବାଦୀ ଘରୁ ବୋମା ତିଆରି ସମ୍ପର୍କିତ ସୂଚନା ସମ୍ବଳିତ ପୁସ୍ତକ ଉଦ୍ଧାର
ମୁମ୍ବାଇ, ୨୯ ଅକ୍ଟୋବର (ହି.ସ.)- ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଅଲ-କାଏଦା ସହିତ ଜଡ଼ିତ ସନ୍ଦିଗ୍ଧ ଆତଙ୍କବାଦୀ ଜୁବୈର ହଙ୍ଗାରଗେକର (୩୫)ଙ୍କ ଘରୁ ଅଲ-କାଏଦା ଇନସ୍ପାୟାର ପତ୍ରିକା, ଏକେ-୪୭ ରାଇଫଲ୍ କିପରି ଚଲାଇବେ ଏବଂ ବୋମା ପ୍ରସ୍ତୁତ କରିବା ନେଇ ସୂଚନା ସମ୍ପର୍କିତ ଅନେକ ଫଟୋଗ୍ରାଫ୍ ଜବତ କରିଛି ମହାର
ପୁଣେରେ ସନ୍ଦିଗ୍ଧ ଆତଙ୍କବାଦୀ ଘରୁ ବୋମା ତିଆରି ସମ୍ପର୍କିତ ସୂଚନା ସମ୍ବଳିତ ପୁସ୍ତକ ଉଦ୍ଧାର


ମୁମ୍ବାଇ, ୨୯ ଅକ୍ଟୋବର (ହି.ସ.)- ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଅଲ-କାଏଦା ସହିତ ଜଡ଼ିତ ସନ୍ଦିଗ୍ଧ ଆତଙ୍କବାଦୀ ଜୁବୈର ହଙ୍ଗାରଗେକର (୩୫)ଙ୍କ ଘରୁ ଅଲ-କାଏଦା ଇନସ୍ପାୟାର ପତ୍ରିକା, ଏକେ-୪୭ ରାଇଫଲ୍ କିପରି ଚଲାଇବେ ଏବଂ ବୋମା ପ୍ରସ୍ତୁତ କରିବା ନେଇ ସୂଚନା ସମ୍ପର୍କିତ ଅନେକ ଫଟୋଗ୍ରାଫ୍ ଜବତ କରିଛି ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ଟିମ୍ । ଏହା ପରେ ଏଟିଏସ ଜୁବୈରଙ୍କ ଜଣେ ସହଯୋଗୀକୁ ଅଟକ ରଖିଛି ଏବଂ ବର୍ତମାନ ତାକୁ ପଚରାଉଚରା କରୁଛି ।

ମାମଲାର ତଦନ୍ତ କରୁଥିବା ଏଟିଏସ ଅଧିକାରୀ ବୁଧବାର କହିଛନ୍ତି ଯେ, ପୁଣେର କୋଣ୍ଡୱା ଅଂଚଳରୁ ଜଣେ ସଫ୍ଟୱେର୍ ଇଞ୍ଜିନିୟର ଜୁବୈର ହଙ୍ଗାରଗେକରଙ୍କୁ ଗିରଫ କରାଯାଇଛି । ପୁଣେର ଏକ କୋର୍ଟ ଅଭିଯୁକ୍ତ ଜୁବୈର ହଙ୍ଗାରଗେକରଙ୍କୁ ନଭେମ୍ବର ୪ ପର୍ଯ୍ୟନ୍ତ ଏଟିଏସ ହେପାଜତରେ ପଠାଇ ଦେଇଛନ୍ତି । ହଙ୍ଗାରଗେକର ମୂଳତଃ ସୋଲାପୁରର ଏବଂ ବର୍ତମାନ କଲ୍ୟାଣୀନଗରର ଏକ ସଫ୍ଟୱେର୍ କମ୍ପାନୀରେ କାମ କରନ୍ତି । ସେ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛି । ତାଙ୍କ ପରିବାର କୋଣ୍ଡୱା ଅଂଚଳରେ ରୁହନ୍ତି । ଜୁବୈର ସମ୍ପ୍ରତି ଚେନ୍ନାଇ ଗସ୍ତ କରିଥିଲେ ଏବଂ ସେଠାରୁ ଫେରିବା ପରେ ଜଣେ ବନ୍ଧୁଙ୍କୁ ଭେଟିଥିଲେ । ତେଣୁ, ତାଙ୍କର ଜଣେ ବନ୍ଧୁଙ୍କୁ ସନ୍ଦେହରେ ପୁଣେ ରେଳ ଷ୍ଟେସନରେ ଅଟକ ରଖାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande