
ମୁମ୍ବାଇ, 29 ଅକ୍ଟୋବର (ହି.ସ.)
- ନାସିକ ଜିଲ୍ଲାର
ନାସିକ–ଛତ୍ରପତି ସମ୍ଭାଜୀନଗର ହାଇୱେରେ ଏରଣ୍ଡଗାଓଁ–ରାୟତେ ଗାଁ ନିକଟରେ ବୁଧବାର ସକାଳେ ଏକ କାର୍ ଓଲଟିଯିବା ଫଳରେ ତିନି
ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ
ଭର୍ତ୍ତି କରାଯାଇଛି।
ଘଟଣାର ତଦନ୍ତ କରୁଥିବା
ପୁଲିସ ଅଧିକାରୀ ବୁଧବାର କହିଛନ୍ତି ଯେ, ଆଜି
ସକାଳେ ଗୁଜରାଟର ସୁରତରୁ ଜଣେ ଚାଳକ ସହିତ ସାତ ଜଣ ଲୋକ ଏକ କାରରେ ଶିରଡିକୁ ସାଇବାବାଙ୍କ ଦର୍ଶନ
ପାଇଁ ଯାଉଥିଲେ। ନାସିକ ଜିଲ୍ଲାର ୟେଭଲା ଅଞ୍ଚଳରେ ପହଞ୍ଚିବା ସମୟରେ କାର ଚାଳକ ନିୟନ୍ତ୍ରଣ ହରାଇଥିଲେ, ଯାହା ଫଳରେ କାର ଡିଭାଇଡର୍ ସହ ଧକ୍କା ଖାଇ ତିନିଥର ଓଲଟିପଡିଥିଲା।
ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ମାମଲାର ଛାନଭିନ୍ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା