
ଦାର୍ଜିଲିଂ, 29 ଅକ୍ଟୋବର (ହି.ସ.)
- ସହରର ମହାକାଳ
ମନ୍ଦିରରେ ‘ମିନି ସ୍କର୍ଟ’ କିମ୍ବା
ଏପରି କୋଣସି ଛୋଟ ପୋଷାକ ପିନ୍ଧି ପ୍ରବେଶ କରିବାକୁ ନିଷେଧ ଜାରି କରାଯାଇଛି। ମନ୍ଦିର କମିଟି
ଏହା ସମ୍ବନ୍ଧରେ ଏକ ପୋଷ୍ଟର ମଧ୍ୟ ଲଗାଇଛି।
ସେଥିରେ ଲେଖା ରହିଛି ଯେ — ମହିଳାମାନେ ସ୍କର୍ଟ ପିନ୍ଧି ମନ୍ଦିର ପ୍ରାଙ୍ଗଣରେ ପ୍ରବେଶ
କରିପାରିବେ ନାହିଁ।
ଦାର୍ଜିଲିଂକୁ ସାରା ବର୍ଷ
ଧରି ବିପୁଳ ପରିମାଣରେ ପର୍ଯ୍ୟଟକମାନେ ଆସନ୍ତି। ବିଭିନ୍ନ ପର୍ଯ୍ୟଟନ ସ୍ଥଳ ସହିତ ମହାକାଳ
ମନ୍ଦିର ମଧ୍ୟ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଅଟେ। ପ୍ରତିଦିନ ବହୁ ସଂଖ୍ୟକ ଲୋକ ଏଠାରେ
ପୂଜା-ଅର୍ଚ୍ଚନା କରିବାକୁ ଆସନ୍ତି। ଏଥର ମନ୍ଦିର ପ୍ରଶାସନ ଦ୍ୱାରା ମହିଳାମାନଙ୍କ ପାଇଁ ବିଶେଷ ଡ୍ରେସ୍
କୋଡ୍ ଲାଗୁ କରାଯାଇଛି।
ତେବେ, ମନ୍ଦିର ପକ୍ଷରୁ ଏକ ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇଛି। ଯଦି କେହି
ସ୍କର୍ଟ ପିନ୍ଧି ଆସନ୍ତି, ତେବେ ମନ୍ଦିରରେ ପ୍ରବେଶ
କରିବା ପୂର୍ବରୁ ତାଙ୍କୁ ଲମ୍ବା ଘାଘରା ପିନ୍ଧାଯିବ। ସେହି ପୋଷାକ ପିନ୍ଧିବା ପରେ ସେମାନେ
ମନ୍ଦିର ପ୍ରାଙ୍ଗଣରେ ପ୍ରବେଶ କରିପାରିବେ। ଯଦିଓ ଏପରି ପ୍ରକାରର ନିର୍ଦ୍ଦେଶନା ନେଇ କିଛି
ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି,ତଥାପି
ଅନେକ ଲୋକ ମନ୍ଦିର ପ୍ରଶାସନଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଏବଂ ତାହାର ପ୍ରଶଂସା ମଧ୍ୟ
କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା