ଛତିଶଗଡ- ଠିକାଦାର ଓ ସପ୍ଲାୟରଙ୍କ ଠିକଣାରେ ଏସିବି-ଇଓଡବ୍ଲୁ ରେଡ୍
ରାୟପୁର, 29 ଅକ୍ଟୋବର (ହି.ସ.)- ଛତ୍ତିଶଗଡ଼ରେ ଡି.ଏମ.ଏଫ୍ ଘୋଟାଲା ତଦନ୍ତରେ ଲାଗିଥିବା ଏ.ସି.ବି.-ଇ.ଓ.ଡବ୍ଲ୍ୟୁ. ଟିମ୍ ଆଜି ରାଜ୍ୟର ଅନେକ ଠିକିଦାର ଏବଂ ସପ୍ଲାୟରମାନଙ୍କ ଘର ଓ କାର୍ଯ୍ୟାଳୟରେ ରେଡ୍ କରିଛନ୍ତି। ବିଭାଗୀୟ ସୂତ୍ର ଅନୁସାରେ, ରାୟପୁର, ରାଜନାନ୍ଦଗାଓଁ,
ଛତିଶଗଡ- ଠିକାଦାର ଓ     ସପ୍ଲାୟରଙ୍କ ଠିକଣାରେ ଏସିବି-ଇଓଡବ୍ଲୁ ରେଡ୍


ରାୟପୁର, 29 ଅକ୍ଟୋବର (ହି.ସ.)- ଛତ୍ତିଶଗଡ଼ରେ

ଡି.ଏମ.ଏଫ୍ ଘୋଟାଲା ତଦନ୍ତରେ ଲାଗିଥିବା ଏ.ସି.ବି.-ଇ.ଓ.ଡବ୍ଲ୍ୟୁ. ଟିମ୍ ଆଜି ରାଜ୍ୟର ଅନେକ

ଠିକିଦାର ଏବଂ ସପ୍ଲାୟରମାନଙ୍କ ଘର ଓ କାର୍ଯ୍ୟାଳୟରେ ରେଡ୍ କରିଛନ୍ତି। ବିଭାଗୀୟ ସୂତ୍ର

ଅନୁସାରେ, ରାୟପୁର, ରାଜନାନ୍ଦଗାଓଁ, ଦୁର୍ଗ ଓ କୁରୁଦରେ ୧୨ ଜଣ ବ୍ୟବସାୟୀଙ୍କ ଠିକାଣାରେ ଦସ୍ତାବିଜ ଏବଂ

ଇଲେକ୍ଟ୍ରୋନିକ୍ ସାଜସଜ୍ଜା ଯାଞ୍ଚ କରାଯାଉଛି।

ଅଧିକାରୀଙ୍କ ଦ୍ୱାରା

ଦିଆଯାଇଥିବା ସୂଚନା ଅନୁସାରେ, ରାୟପୁରରେ ୫ଟି ସ୍ଥାନରେ ରେଡ୍

କରାଯାଇଛି। ସେହିପରି, ଦୁର୍ଗରେ ୨ଟି, ରାଜନାନ୍ଦଗାଓଁରେ ୪ଟି ଓ କୁରୁଦରେ ୧ ଜଣ ବ୍ୟବସାୟୀଙ୍କ ଘରରେ ତଲାସୀ

ଚାଲିଛି। ଏହି ସ୍ଥାନଗୁଡ଼ିକରେ ଦସ୍ତାବିଜ ଏବଂ ଇଲେକ୍ଟ୍ରୋନିକ୍ ସାମଗ୍ରୀର ଯାଞ୍ଚ ହେଉଛି।

ଇ.ଓ.ଡବ୍ଲ୍ୟୁ. ଟିମ୍

ରାୟପୁରର ୱାଲଫୋର୍ଡ ଏନକ୍ଲେଭ୍ ସୋସାଇଟିରେ ମଧ୍ୟ ରେଡ୍ କରିଛି। ରାଜନନ୍ଦଗାଓଁରେ ଏକାସାଥିରେ

ତିନୋଟି ସ୍ଥାନରେ ଚଢାଉ କରି ବଡ଼ କାର୍ଯ୍ୟାନୁଷ୍ଠାନ କରାଯାଇଛି। ରାୟପୁରରୁ ପହଞ୍ଚିଥିବା ଟିମ୍

ଭାରତ ମାତା ଛକ ସ୍ଥିତ ରାଧା କୃଷ୍ଣ ଏଜେନ୍ସିର ସଞ୍ଚାଳକ ଅଗ୍ରୱାଲ ପରିବାରର ଘର, ସତ୍ୟମ ବିହାରରେ ଯଶ ନାହଟାଙ୍କ ଘର ଏବଂ କାମଠି ଲାଇନରେ ଲଲିତ

ଭନସାଲୀଙ୍କ ଘରରେ ରେଡ୍ ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande