
କାଠମାଣ୍ଡୁ, 29 ଅକ୍ଟୋବର (ହି.ସ.)
-ନେପାଳର ସାଗରମାଥା
ଏଭରେଷ୍ଟ ବେସ୍ କ୍ୟାମ୍ପ ନିକଟରେ ସୋଲୁଖୁମ୍ବୁର ଲୋବୁଚେରେ ଆଜି ସକାଳେ ଏକ ଅଲ୍ଟିଚ୍ୟୁଟ୍ ଏୟାର୍ର
ହେଲିକପ୍ଟର ଦୁର୍ଘଟଣା ଘଟିଛି। ପାଇଲଟ୍ ସୁରକ୍ଷିତ ଅଛନ୍ତି। ସୋଲୁଖୁମ୍ବୁର ପୁଲିସ ଉପଅଧୀକ୍ଷକ
ମନୋଜିତ କୁଁୱର ଏହା ସ୍ପଷ୍ଟ କରିଛନ୍ତି।
ପୁଲିସ ଉପଅଧୀକ୍ଷକ କୁଁୱର
କହିଛନ୍ତି ଯେ ହେଲିକପ୍ଟରରେ କେବଳ ପାଇଲଟ୍ ବିବେକ ଖଡକା ବସିଥିଲେ। ସେ ସୁରକ୍ଷିତ ଅଛନ୍ତି। ଏହି
ହେଲିକପ୍ଟର ଜଣେ ପର୍ଯ୍ୟଟକଙ୍କ ଉଦ୍ଧାର ପାଇଁ ଯାଇଥିଲା ଏବଂ ଲ୍ୟାଣ୍ଡିଂ ସମୟରେ ବରଫରେ ଖସିଯିବା
ଫଳରେ ଦୁର୍ଘଟଣା ଘଟିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା