ଜାପାନର ନୂଆ ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କ ସହ କଥା ହେଲେ ପିଏମ ମୋଦି
ନୂଆଦିଲ୍ଲୀ, 29 ଅକ୍ଟୋବର (ହି.ସ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କ ସହ କଥା ହୋଇ ତାଙ୍କୁ ପଦଭାର ଗ୍ରହଣ କରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟରେ ଉଭୟ ନେତା ଭାରତ-ଜାପାନର ବିଶେଷ କୌଶଳଗତ ଏବଂ ବିଶ୍ୱ ସହଭାଗୀତାକୁ ଆହୁରି ସ
ଜାପାନର ନୂଆ     ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କ ସହ କଥା ହେଲେ ପିଏମ ମୋଦି


ନୂଆଦିଲ୍ଲୀ, 29 ଅକ୍ଟୋବର (ହି.ସ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ପ୍ରଧାନମନ୍ତ୍ରୀ ସାନେ

ତାକାଇଚିଙ୍କ ସହ କଥା ହୋଇ ତାଙ୍କୁ ପଦଭାର ଗ୍ରହଣ କରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଏହି ସମୟରେ ଉଭୟ ନେତା

ଭାରତ-ଜାପାନର ବିଶେଷ କୌଶଳଗତ ଏବଂ ବିଶ୍ୱ ସହଭାଗୀତାକୁ ଆହୁରି ସୁଦୃଢକରିବା ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି “ଏକ୍ସ” ପୋଷ୍ଟରେ ଏହାର ସୂଚନା ଦେଇ

କହିଛନ୍ତି ଯେ,

ଆଲୋଚନା ସମୟରେ ଆର୍ଥିକ ସୁରକ୍ଷା, ରକ୍ଷା ସହଯୋଗ ଏବଂ ପ୍ରତିଭା ଆଦାନ-ପ୍ରଦାନ ଭଳି କ୍ଷେତ୍ରଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି

। ଉଭୟ ଦେଶ ସହମତ ହୋଇଥିଲେ ଯେ, ଭାରତ-ଜାପାନ ମଧ୍ୟରେ ଦୃଢସମ୍ପର୍କ ବିଶ୍ୱ ଶାନ୍ତି, ସ୍ଥିରତା

ଏବଂ ସମୃଦ୍ଧି ପାଇଁ ଅତ୍ୟନ୍ତ ଆବଶ୍ୟକ। ଉଲ୍ଲେଖନୀୟ ଯେ, ସାନେ ତାକାଇଚି ୨୧ ଅକ୍ଟୋବରରେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ପଦଭାର ଗ୍ରହଣ

କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande