
ନୂଆଦିଲ୍ଲୀ, 29 ଅକ୍ଟୋବର (ହି.ସ.)- ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ନଭେମ୍ବର 1ରେ ମାଲେସିଆର କୁଆଲାଲମ୍ପୁରରେ
ଆୟୋଜିତ 12ତମ ଏସିଆନ ରକ୍ଷାମନ୍ତ୍ରୀ ସମ୍ମିଳନୀ ପ୍ଲସ୍ ରେ ଅଂଶଗ୍ରହଣ କରିବେ।
ସେ “ଏସିଆନ ରକ୍ଷାମନ୍ତ୍ରୀ ସମ୍ମିଳନୀ ପ୍ଲସ୍ର 15 ବର୍ଷ ଉପରେ ଚିନ୍ତନ ଏବଂ ଭବିଷ୍ୟତ ପଥଚିତ୍ର” ବିଷୟରେ ଆୟୋଜିତ ମଞ୍ଚକୁ ସମ୍ବୋଧିତ କରିବେ। ଏହା ସହିତ 31 ଅକ୍ଟୋବର
ତାରିଖରେ ମାଲେସିଆର ଅଧ୍ୟକ୍ଷତାରେ ଏସିଆନ-ଭାରତ ରକ୍ଷାମନ୍ତ୍ରୀମାନଙ୍କ ଦ୍ୱିତୀୟ ଅନୌପଚାରିକ
ବୈଠକ ହେବ, ଯେଉଁଥିରେ ଏସିଆନର ସମସ୍ତ ସଦସ୍ୟ ଦେଶର ରକ୍ଷାମନ୍ତ୍ରୀମାନେ
ଅଂଶଗ୍ରହଣ କରିବେ।
ଏହି ବୈଠକର ଉଦ୍ଦେଶ୍ୟ
ହେଉଛି — ଏସିଆନ ଦେଶ ଓ ଭାରତ ମଧ୍ୟରେ ରକ୍ଷା ଏବଂ ସୁରକ୍ଷା ସହଯୋଗକୁ ସୁଦୃଢ
କରିବା ଓ ‘ଆକ୍ଟ ଇଷ୍ଟ ପଲିସି’ କୁ
ଆଗକୁ ବଢ଼ାଇବା।
ଦୁଇ ଦିନିଆ ଯାତ୍ରା ସମୟରେ
ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କର ଏସିଆନ ରକ୍ଷାମନ୍ତ୍ରୀ ସମ୍ମିଳନୀ ପ୍ଲସ୍ ଦେଶମାନଙ୍କ
ରକ୍ଷାମନ୍ତ୍ରୀମାନଙ୍କ ସହିତ ଓ ମାଲେସିଆର ବରିଷ୍ଠ ନେତୃତ୍ୱ ସହିତ ଦ୍ୱିପାକ୍ଷିକ ବୈଠକ ହେବାର
ଆଶା ରହିଛି। ଏସିଆନ ରକ୍ଷାମନ୍ତ୍ରୀ ସମ୍ମିଳନୀହେଉଛି ଏସିଆନ (ଦକ୍ଷିଣ-ପୂର୍ବ ଏସିଆ ରାଷ୍ଟ୍ର ସଂଘ) ର ସର୍ବୋଚ୍ଚ ରକ୍ଷା ପରାମର୍ଶଦାତା ଓ
ସହଯୋଗୀ ସଂଗଠନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା