ପାକ୍ ଅଧିକୃତ ପିଓକେରେ ମାନବାଧିକାର ଉଲ୍ଲଂଘନ ପାଇଁ ପାକିସ୍ତାନକୁ ଦାୟୀ କରାଯିବା ଉଚିତ: ଭାରତ
ନୂଆଦିଲ୍ଲୀ, ୩ ଅକ୍ଟୋବର (ହିସ)- ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀରରେ ନିର୍ଦ୍ଦୋଷ ନାଗରିକଙ୍କ ଉପରେ ପାକିସ୍ତାନୀ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅତ୍ୟାଚାର ଉପରେ ଗଭୀର ଚିନ୍ତା ପ୍ରକାଶ କରି, ଭାରତ ଆଜି ଅନ୍ତର୍ଜାତୀୟ ସମୁଦାୟକୁ ଦେଶ ଦ୍ୱାରା ଅବୈଧ ଭାବରେ ଅଧିକୃତ ଭାରତୀୟ ଅଂଚଳରେ ଭୟାନକ ମାନବ
ପାକ୍ ଅଧିକୃତ ପିଓକେରେ ମାନବାଧିକାର ଉଲ୍ଲଂଘନ ପାଇଁ ପାକିସ୍ତାନକୁ ଦାୟୀ କରାଯିବା ଉଚିତ: ଭାରତ


ନୂଆଦିଲ୍ଲୀ, ୩ ଅକ୍ଟୋବର (ହିସ)- ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀରରେ ନିର୍ଦ୍ଦୋଷ ନାଗରିକଙ୍କ ଉପରେ ପାକିସ୍ତାନୀ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅତ୍ୟାଚାର ଉପରେ ଗଭୀର ଚିନ୍ତା ପ୍ରକାଶ କରି, ଭାରତ ଆଜି ଅନ୍ତର୍ଜାତୀୟ ସମୁଦାୟକୁ ଦେଶ ଦ୍ୱାରା ଅବୈଧ ଭାବରେ ଅଧିକୃତ ଭାରତୀୟ ଅଂଚଳରେ ଭୟାନକ ମାନବଧିକାର ଉଲ୍ଲଂଘନ ପାଇଁ ପଡ଼ୋଶୀ ଦେଶକୁ ଦାୟୀ କରିବାକୁ ଆହ୍ୱାନ କରିଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଗୁରୁବାର ଦିନ ସାପ୍ତାହିକ ବାର୍ତାରେ ଏକ ପ୍ରଶ୍ନର ଉତରରେ ଏହା କହିଛନ୍ତି। ସେ କହିଛନ୍ତି, ଆମେ ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀରର ଅନେକ ଅଂଚଳରେ ପ୍ରତିବାଦର ରିପୋର୍ଟ ଦେଖିଛୁ, ଯେଉଁଥିରେ ପାକିସ୍ତାନୀ ସେନା ଦ୍ୱାରା ନିର୍ଦ୍ଦୋଷ ନାଗରିକଙ୍କ ଉପରେ ବର୍ବରତା ମଧ୍ୟ ସାମିଲ ଅଛି।

ସେ କହିଛନ୍ତି, ଆମେ ବିଶ୍ୱାସ କରୁ ଯେ ପ୍ରତିବାଦଗୁଡ଼ିକ ପାକିସ୍ତାନର ଦମନମୂଳକ ଆଭିମୁଖ୍ୟ ଏବଂ ଏହାର ବଳପୂର୍ବକ ଏବଂ ଅବୈଧ ଦଖଲ ଅଧୀନରେ ଏହି ଅଂଚଳଗୁଡ଼ିକରେ ସମ୍ପଦର ପଦ୍ଧତିଗତ ଲୁଣ୍ଠନର ଏକ ସ୍ୱାଭାବିକ ପରିଣାମ। ପାକିସ୍ତାନକୁ ଏହାର ଭୟଙ୍କର ମାନବାଧିକାର ଉଲ୍ଲଂଘନ ପାଇଁ ଦାୟୀ କରାଯିବା ଉଚିତ।

ଉଲ୍ଲେଖନୀୟ ଯେ ଗତ ସପ୍ତାହ ଧରି ପାକ୍ ଅଧିକୃତ କାଶ୍ମୀରରେ ଚାଲିଥିବା ପ୍ରତିବାଦ ଏବଂ ହିଂସାରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି।

--------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande