ବିହାର ନିର୍ବାଚନରେ ମୁସଲମାନ ମାନଙ୍କୁ ଟିକେଟ୍ ଦିଆ ନ ହେଲା ତ କଣ ହେଲା, ବିଜେପି ଜଣେ ମୁସଲିମ ରାଜ୍ୟପାଳନଙ୍କୁ ନିଯୁକ୍ତି କଲା ମୁସଲମାନ ମାନଙ୍କ ବିନା ବିହାରର ବିକାଶ ଅସମ୍ଭବ : ଅନସାରୀ
ବାଲିଆ, ୩୦ ଅକ୍ଟୋବର (ହି.ସ.) – ଉତର ପ୍ରଦେଶ ସରକାରଙ୍କ ସଂଖ୍ୟାଲଘୁ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଦାନିଶ ଆଜାଦ ଅନସାରୀ କହିଛନ୍ତି ଯେ, ଯଦି ବିହାର ବିଧାନସଭା ନିର୍ବାଚନରେ ବିଜେପି ମୁସଲମାନ ମାନଙ୍କୁ ଟିକେଟ୍ ନ ଦିଏ ତେବେ କଣ ହେବ ? ଦଳ ବିହାରକୁ ଜଣେ ମୁସଲିମ ରାଜ୍ୟପାଳ ଦେଇଛି, ଯିଏ ବିହାର ପାଇଁ ନୀତି
ବିହାର ନିର୍ବାଚନରେ ମୁସଲମାନ ମାନଙ୍କୁ ଟିକେଟ୍ ଦିଆ ନ ହେଲା ତ କଣ ହେଲା, ବିଜେପି ଜଣେ ମୁସଲିମ ରାଜ୍ୟପାଳନଙ୍କୁ ନିଯୁକ୍ତି କଲା ମୁସଲମାନ ମାନଙ୍କ ବିନା ବିହାରର ବିକାଶ ଅସମ୍ଭବ : ଅନସାରୀ


ବାଲିଆ, ୩୦ ଅକ୍ଟୋବର (ହି.ସ.) – ଉତର ପ୍ରଦେଶ ସରକାରଙ୍କ ସଂଖ୍ୟାଲଘୁ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଦାନିଶ ଆଜାଦ ଅନସାରୀ କହିଛନ୍ତି ଯେ, ଯଦି ବିହାର ବିଧାନସଭା ନିର୍ବାଚନରେ ବିଜେପି ମୁସଲମାନ ମାନଙ୍କୁ ଟିକେଟ୍ ନ ଦିଏ ତେବେ କଣ ହେବ ? ଦଳ ବିହାରକୁ ଜଣେ ମୁସଲିମ ରାଜ୍ୟପାଳ ଦେଇଛି, ଯିଏ ବିହାର ପାଇଁ ନୀତି ନିର୍ଦ୍ଧାରଣର କାମ କରୁଛନ୍ତି ।

ଗୁରୁବାର ଦିନ ବାଲିଆରେ ସାମ୍ବାଦିକଙ୍କ ସହ କଥା ହେଉଥିଲେ ସଂଖ୍ୟାଲଗୁ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନସାରୀ । ବିହାର ବିଧାନସଭା ନିର୍ବାଚନରେ ବିଜେପି ଜଣେ ବି ମୁସଲିମଙ୍କୁ ଟିକେଟ୍ ନ ଦେବା ସମ୍ପର୍କରେ ପ୍ରଶ୍ନର ଉତରରେ ୟୁପି ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ଦାନିଶ ଆଜାଦ ଅନସାରୀ କହିଛନ୍ତି ଯେ, ମୁସଲମାନ ମାନଙ୍କ ବିନା ବିହାରର ବିକାଶ ସମ୍ଭବ ନୁହେଁ । ବିଜେପି ମୁସଲମାନ ମାନଙ୍କ ସାମଗ୍ରିକ ବିକାଶ ପାଇଁ କାମ କରୁଛି । ଆମେ ସେମାନଙ୍କ ଶିକ୍ଷା, ନିଯୁକ୍ତି ଏବଂ ସ୍ୱାସ୍ଥ୍ୟ ପାଇଁ ବିନା କୌଣସି ଭେଦଭାବରେ କାମ କରୁଛୁ । ଆମେ ସେମାନଙ୍କର ରାଜନୈତିକ ଅଂଶଗ୍ରହଣ ମଧ୍ୟ ସୁନିଶ୍ଚିତ କରୁଛୁ । ଅନସାରୀ କହିଛନ୍ତି - ଆମେ ନିଶ୍ଚିତ ଭାବରେ କହିବାକୁ ଚାହୁଁଛୁ ଯେ, ମୁସଲିମ ସମ୍ପ୍ରଦାୟ ବିନା ବିହାରର ବିକାଶ ଏବଂ ସମୃନ୍ଧି ଆଗକୁ ବଢ଼ିପାରିବ ନାହିଁ, ଏବଂ ବିଜେପି ଏହି କାମ କରୁଛି । ଆଗାମୀ ଦିନରେ ଆମେ ବିହାରକୁ ନୂତନ ଉଚ୍ଚତାରେ ପହଂଚାଇବାରେ ସଫଳ ହେବୁ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande