
କୋଲକାତା, ୩୦ ଅକ୍ଟୋବର (ହି.ସ.)- ପଶ୍ଚିମବଙ୍ଗରେ ପୌର ନିଯୁକ୍ତି ଦୁର୍ନୀତିର ତଦନ୍ତ କ୍ରମେ ବୁଧବାର ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା । ଏହି ଚଢ଼ଉ ବେଳେ ଲେକ ଟାଉନରେ ଜଣେ ବ୍ୟବସାୟୀଙ୍କ ଫ୍ଲାଟ ଏବଂ ତାରାତଲା ଅଂଚଳରେ ତାଙ୍କ ଗୋଦାମରୁ ପ୍ରାୟ ୩ କୋଟି ଟଙ୍କାର ନଗଦ ଏବଂ ୧୦ କୋଟି ଟଙ୍କାର ସୁନା ଅଳଙ୍କାର ମିଳିଛି । ସୂତ୍ର ଅନୁସାରେ, ଏହି ବ୍ୟବସାୟୀ ଜଣେ ରାଜ୍ୟ ମନ୍ତ୍ରୀଙ୍କ ଅତି ନିକଟତର ।
ବୁଧବାର ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଇଡିର ଏହି ଅଭିଯାନ ଚାଲିଥିଲା । ଚଢ଼ଉ ସମୟରେ, ଏଜେନ୍ସି ନଗଦ ଟଙ୍କା ଗଣନା ପାଇଁ ଏକ ନୋଟ୍ ଗଣନା ମେସିନ୍ ମଗାଇଥିଲା । ତଦନ୍ତକାରୀ ଏଜେନ୍ସି ସନ୍ଦେହ କରୁଛି ଯେ, ଏହି ଟଙ୍କା ପୌର ନିଯୁକ୍ତି ସହ ଜଡ଼ିତ ଦୁର୍ନୀତିର ଅଂଶ ହୋଇପାରେ, ଯାହା ଗୋଦାମରେ ଲୁଚାଇ ରଖାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ