ପ୍ରଧାନମନ୍ତ୍ରୀ ମୋଦି ପହଂଚିଛନ୍ତି ଗୁଜୁରାଟର ବଡୋଦରାରେ
ଗାନ୍ଧୀନଗର, ୩୦ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଏକତା ଦିବସ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ନର୍ମଦା ଜିଲ୍ଲାର ଏକତା ନଗରରେ ଆୟୋଜିତ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଗୁରୁବାର ଗୁଜୁରାଟର ବଡୋଦରାରେ ପହଂଚିଛନ୍ତି । ରାଜ୍ୟ ସୂଚନା ବ
ପ୍ରଧାନମନ୍ତ୍ରୀ ମୋଦି ପହଂଚିଛନ୍ତି ଗୁଜୁରାଟର ବଡୋଦରାରେ


ଗାନ୍ଧୀନଗର, ୩୦ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଏକତା ଦିବସ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ନର୍ମଦା ଜିଲ୍ଲାର ଏକତା ନଗରରେ ଆୟୋଜିତ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଗୁରୁବାର ଗୁଜୁରାଟର ବଡୋଦରାରେ ପହଂଚିଛନ୍ତି ।

ରାଜ୍ୟ ସୂଚନା ବିଭାଗ ଏକ ବିବୃତିରେ କହିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଆଜି ସନ୍ଧ୍ୟାରେ ବଡୋଦରା ବିମାନବନ୍ଦରରେ ପହଂଚିଥିଲେ, ଯେଉଁଠାରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହା ପରେ ସେ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ ଉତ୍ସବରେ ଯୋଗଦେବା ପାଇଁ ଏକତା ନଗର (କେବାଡିଆ) ଅଭିମୁଖେ ଯାତ୍ରା କରିଥିଲେ। ସେ ସେଠାରେ ରାତ୍ରୀଯାପନ କରିବେ ଏବଂ ଶୁକ୍ରବାର ଜାତୀୟ ଏକତା ଦିବସ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଯୋଗଦେବେ।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande