ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଏବେ ପ୍ରତି ବର୍ଷ ଗୁଜରାଟରେ ହେବ ଗଣତନ୍ତ୍ର ଦିବସ ପରେ ଭବ୍ୟ ପରେଡ୍- ଅମିତ ଶାହ
ପାଟଣା, 30 ଅକ୍ଟୋବର (ହି.ସ.)- ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ (31 ଅକ୍ଟୋବର) ଅବସରରେ ଏବେ ପ୍ରତିବର୍ଷ ଗୁଜରାଟର ଏକତା ନଗରରେ ଗଣତନ୍ତ୍ର ଦିବସ ଭଳି ଭବ୍ୟ ପେରେଡ୍ ଆୟୋଜନ କରାଯିବ। ବିହାର ବିଧାନସଭା ନିର୍ବାଚନର ହଲଚଲ ମଧ୍ୟରେ କେନ୍ଦ୍ର
ସର୍ଦ୍ଦାର ପଟେଲଙ୍କ     ଜୟନ୍ତୀରେ ଏବେ ପ୍ରତି ବର୍ଷ ଗୁଜରାଟରେ ହେବ ଗଣତନ୍ତ୍ର ଦିବସ ପରେ ଭବ୍ୟ ପରେଡ୍- ଅମିତ ଶାହ


ପାଟଣା, 30 ଅକ୍ଟୋବର (ହି.ସ.)- ଦେଶର ପ୍ରଥମ

ଗୃହମନ୍ତ୍ରୀ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ (31 ଅକ୍ଟୋବର) ଅବସରରେ ଏବେ ପ୍ରତିବର୍ଷ

ଗୁଜରାଟର ଏକତା ନଗରରେ ଗଣତନ୍ତ୍ର ଦିବସ ଭଳି ଭବ୍ୟ ପେରେଡ୍ ଆୟୋଜନ କରାଯିବ। ବିହାର ବିଧାନସଭା

ନିର୍ବାଚନର ହଲଚଲ ମଧ୍ୟରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ପାଟଣାର ହୋଟେଲ୍ ମୌର୍ଯ୍ୟରେ

ଆୟୋଜିତ ପ୍ରେସ ସମ୍ମିଳନୀରେ ଏହି ଘୋଷଣା କଲେ। ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ପେରେଡ୍‌ର ସଲାମି ଗ୍ରହଣ କରିବେ।

ଗୃହମନ୍ତ୍ରୀ କହିଛନ୍ତି ଯେ, ସର୍ଦାର ପଟେଲ ସ୍ୱାଧୀନତା ଆନ୍ଦୋଳନରେ ଏବଂ ସ୍ୱାଧୀନତା ପରେ ଦେଶକୁ ଏକତାବଦ୍ଧ କରିବାରେ ଗୁରୁତ୍ୱପୂର୍ଣ୍ଣ

ଭୂମିକା ନେଇଥିଲେ। କିନ୍ତୁ କଂଗ୍ରେସ ତାଙ୍କୁ ଭୁଲିବାରେ କୌଣସି କମି ରଖିନଥିଲା। ଏହି କାରଣରୁ

ତାଙ୍କୁ ଭାରତ ରତ୍ନ ମିଳିବାରେ 41 ବର୍ଷ ବିଳମ୍ବ ହେଲା। ସେ କହିଛନ୍ତି ଯେ, ସର୍ଦାର ପଟେଲ ଭାରତର 562ଟି ରଜବଂଶୀ ରାଜ୍ୟକୁ ଏକତାରେ ବାନ୍ଧି ଯେଉଁ କାମ କରିଥିଲେ, ସେହି କାମ ଆଜିର “ଏକ ଭାରତ, ଶ୍ରେଷ୍ଠ ଭାରତ”ର ଭିତି ଅଟେ।

ଗୃହମନ୍ତ୍ରୀ କହିଛନ୍ତି ଯେ, ଏହି ପେରେଡ୍ ଦେଶର ଭୌଗୋଳିକ, ସାଂସ୍କୃତିକ ଓ ଭାବନାତ୍ମକ

ଏକତାର ପ୍ରତୀକ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande