ଲକ୍ଷ୍ନୌରେ ଜାହାଜ ଆକାରରେ ନିର୍ମାଣ ହେବ ନୌସେନା ଶୌର୍ଯ୍ୟ ସଂଗ୍ରହାଳୟ
ଲକ୍ଷ୍ନୌ, 30 ଅକ୍ଟୋବର (ହି.ସ.)- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ସଂସ୍କୃତି ବିଭାଗର ସମୀକ୍ଷା ସଭାରେ ରାଜଧାନୀ ଲକ୍ଷ୍ନୌରେ ପ୍ରସ୍ତାବିତ ‘ନୌସେନା ଶୌର୍ଯ୍ୟ ସଂଗ୍ରହାଳୟ’ ର ପ୍ରସ୍ତୁତି ଅବଲୋକନ କରିଛନ୍ତି ଏବଂ ତାହାର ଶୀଘ୍ର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇ
ଲକ୍ଷ୍ନୌରେ ଜାହାଜ ଆକାରରେ     ନିର୍ମାଣ ହେବ ନୌସେନା ଶୌର୍ଯ୍ୟ ସଂଗ୍ରହାଳୟ


ଲକ୍ଷ୍ନୌ, 30 ଅକ୍ଟୋବର (ହି.ସ.)- ମୁଖ୍ୟମନ୍ତ୍ରୀ

ଯୋଗୀ ଆଦିତ୍ୟନାଥ ଗୁରୁବାର ସଂସ୍କୃତି ବିଭାଗର ସମୀକ୍ଷା ସଭାରେ ରାଜଧାନୀ ଲକ୍ଷ୍ନୌରେ

ପ୍ରସ୍ତାବିତ ‘ନୌସେନା ଶୌର୍ଯ୍ୟ ସଂଗ୍ରହାଳୟ’ ର ପ୍ରସ୍ତୁତି

ଅବଲୋକନ କରିଛନ୍ତି ଏବଂ ତାହାର ଶୀଘ୍ର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଏହି ସଂଗ୍ରହାଳୟ ଭାରତୀୟ ନୌସେନାର ଅଦମ୍ୟ ଶୌର୍ଯ୍ୟଗାଥା ଏବଂ ହିନ୍ଦ ମହାସାଗର ଅଞ୍ଚଳରେ

ଭାରତର ସାମୁଦ୍ରିକ କ୍ଷମତାର ଜୀବନ୍ତ ପ୍ରତୀକ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମୁଦ୍ର ଭାରତୀୟ ସଭ୍ୟତାର ମନ୍ଥନ ସ୍ଥଳ ରହିଛି ଏବଂ ଭାରତୀୟ ନୌସେନା ସେହି ଗୌରବମୟ

ପରମ୍ପରାର ଆଧୁନିକ ଅଭିବ୍ୟକ୍ତି। ଲକ୍ଷ୍ନୌର ଏହି ସଂଗ୍ରହାଳୟ ସେହି ପରମ୍ପରାକୁ ଜନସାଧାରଣ

ପର୍ଯ୍ୟନ୍ତ ପହଞ୍ଚାଇବାର ଏକ ମାଧ୍ୟମ ହେବ।

ପ୍ରସ୍ତାବିତ ‘ନୌସେନା ଶୌର୍ଯ୍ୟ ସଂଗ୍ରହାଳୟ’ ସମ୍ପର୍କିତ ସଭାରେ କୁହାଯାଇଛି

ଯେ, ସଂଗ୍ରହାଳୟର ଆକୃତି ଜାହାଜ ଆକାରରେ ହେବ। ଜାହାଜର ରେଲିଂ, ପୋର୍ଥୋଲ୍ ପ୍ରକାରର ଜାନ୍‌ଲା, ନୌସେନା ସ୍ଥାପତ୍ୟ ଓ

ସାମୁଦ୍ରିକ ପ୍ରତୀକ ସହିତ ଏହାକୁ ବିଶିଷ୍ଟ ପରିଚୟ ଦେବା ପରିକଳ୍ପନା ଅଛି। ପରିସରରେ

ଇଣ୍ଟରପ୍ରିଟେଶନ ସେଣ୍ଟର, ସେଣ୍ଟ୍ରାଲ୍ ଡେକ୍, ଖୋଲା ଆକାଶ

ମେମୋରିଆଲ୍, ଥିମାଟିକ ରାସ୍ତା, ପ୍ରଦର୍ଶନୀ

ଗ୍ୟାଲେରୀ, ଫାଉଣ୍ଟେନ୍ ଏବଂ ଲାଇଟ୍-ଏଣ୍ଡ-ସାଉଣ୍ଡ ଏରିନା ଥିବ। ଡିଜାଇନ୍‌କୁ ଉର୍ଜା-ସଂବେଦନଶୀଳ

ରଖାଯାଇଛି, ଯେଉଁଠି ପ୍ରାକୃତିକ ଆଲୋକ, ବାତାୟନ ଏବଂ ସବୁଜ

ନିର୍ମାଣ ପ୍ରଯୁକ୍ତିର ବ୍ୟବହାର ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande