ନେପାଳରେ ବରଫରେ ଫସିଥିବା 2ହଜାର ବିଦେଶୀ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର
କାଠମାଣ୍ଡୁ, 30 ଅକ୍ଟୋବର (ହି.ସ.)- ନିରନ୍ତର ବର୍ଷା ଏବଂ ପ୍ରବଳ ବରଫପାତ ଯୋଗୁ ଦେଶର ହିମାଳୟ ଅଞ୍ଚଳରେ ଅଟକିଥିବା ପ୍ରାୟ ଦୁଇ ହଜାର ବିଦେଶୀ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଟ୍ରେକିଂ ଋତୁ ଚାଲିଥିବା ସମୟରେ ଗତ ଦୁଇ ଦିନ ଧରି ହେଉଥିବା ନିରନ୍ତର
ନେପାଳରେ ବରଫରେ ଫସିଥିବା     2ହଜାର ବିଦେଶୀ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର


କାଠମାଣ୍ଡୁ, 30 ଅକ୍ଟୋବର (ହି.ସ.)- ନିରନ୍ତର ବର୍ଷା

ଏବଂ ପ୍ରବଳ ବରଫପାତ ଯୋଗୁ ଦେଶର ହିମାଳୟ ଅଞ୍ଚଳରେ ଅଟକିଥିବା ପ୍ରାୟ ଦୁଇ ହଜାର ବିଦେଶୀ

ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଟ୍ରେକିଂ ଋତୁ ଚାଲିଥିବା ସମୟରେ ଗତ ଦୁଇ

ଦିନ ଧରି ହେଉଥିବା ନିରନ୍ତର ବରଫପାତ ଫଳରେ ମାନାଙ୍ଗ, ମୁସ୍ତାଙ୍ଗ, ମ୍ୟାଗ୍ଦି ଏବଂ ଗୋରଖାର ଉଚ୍ଚ ପର୍ବତାଞ୍ଚଳରେ ଅନେକ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଫସି

ଯାଇଥିଲେ।

ଗୃହମନ୍ତ୍ରଣାଳୟ ଅଧୀନସ୍ଥ

ଦୁର୍ଘଟଣା ପ୍ରବନ୍ଧନ ବିଭାଗର ପ୍ରମୁଖ ଗୋବିନ୍ଦ ରିଜାଲ୍ କହିଛନ୍ତି ଯେ, ଗୁରୁବାର ସକାଳ ପର୍ଯ୍ୟନ୍ତ ପ୍ରାୟ 2000 ଜଣ ବିଦେଶୀ ଏବଂ 350 ଜଣ ଦେଶୀ ପର୍ଯ୍ୟଟକଙ୍କୁ

ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ରିଜାଲ୍ ଅଧିକ କହିଛନ୍ତି ଯେ, କିଛି ପର୍ଯ୍ୟଟକ ଏପର୍ଯ୍ୟନ୍ତ ଗଭୀର ବରଫପାତରେ ଅଟକି ରହିଛନ୍ତି, ଯେଉଁମାନଙ୍କୁ ବାହାର କଢ଼ିବା ପାଇଁ ରେସ୍କ୍ୟୁ ଟିମ୍‌ମାନେ ଅବିରତ ଚେଷ୍ଟା କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande