
ରାମନାଥପୁରମ, 30 ଅକ୍ଟୋବର (ହି.ସ.)-ଉପରାଷ୍ଟ୍ରପତି
ସି.ପି. ରାଧାକୃଷ୍ଣନ୍ ଗୁରୁବାର ରାମନାଥପୁରମ୍ ଜିଲ୍ଲାର ପାସୁମପୋନ୍ ଗାଁରେ ଆୟୋଜିତ
ମୁଥୁରାମଲିଙ୍ଗ ଥେଭରଙ୍କ 118ତମ ଜୟନ୍ତୀ ମହୋତ୍ସବ ଏବଂ 63ତମ ଗୁରୁ ପୂଜା ମହୋତ୍ସବରେ ଅଂଶଗ୍ରହଣ
କରିଥିଲେ। ଉପରାଷ୍ଟ୍ରପତି ମୁଥୁରାମଲିଙ୍ଗ ଥେଭର ସ୍ମାରକରେ ମାଳ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି
ଦେଇଥିଲେ।
ଆଜି ଥେଭରଙ୍କ ଜୟନ୍ତୀ ଏବଂ
ଗୁରୁ ପୂଜା ଉତ୍ସବ ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳିତ ହେଉଛି। ସକାଳ 8:30 ଟାରେ ଉପରାଷ୍ଟ୍ରପତି
ସି.ପି. ରାଧାକୃଷ୍ଣନ୍ ଥେଭର ସ୍ମାରକରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାମିଲନାଡୁ ବିଜେପି ଅଧ୍ୟକ୍ଷ
ନେନାର୍ ନାଗେନ୍ଦ୍ରନ୍ ଏବଂ ବିଜେପି ପଦାଧିକାରୀମାନେ ମଧ୍ୟ ସେଉଁଠାରେ ତାଙ୍କ ସହିତ
ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ଏହି ଆୟୋଜନରେ ଅଂଶଗ୍ରହଣ
କରିବା ପାଇଁ ଉପରାଷ୍ଟ୍ରପତି ଆଜି ସକାଳେ ମଦୁରାଇ ବିମାନବନ୍ଦରରୁ ଭାରତୀୟ ବାୟୁସେନାର
ହେଲିକପ୍ଟର ମାଧ୍ୟମରେ ପାସୁମପୋନ୍ ଥେଭର ସ୍ମାରକ ନିକଟରେ ସ୍ଥାପିତ ହେଲିପ୍ୟାଡରେ ଓହ୍ଲାଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା