
ନୂଆଦିଲ୍ଲୀ, 30 ଅକ୍ଟୋବର (ହି.ସ.)- କେନ୍ଦ୍ର ସରକାର
ଦେଶରେ ଓଜନ ଓ ମାପ ଯନ୍ତ୍ରଗୁଡ଼ିକର ଯାଞ୍ଚ ପ୍ରଣାଳୀକୁ ଅଧିକ ପାରଦର୍ଶୀ, ସଠିକ୍ ଏବଂ ଉପଭୋକ୍ତା-ହିତେଷୀ କରିବା ପାଇଁ ଆଇନଗତ ମାପବିଜ୍ଞାନ (ସରକାରୀ ଅନୁମୋଦିତ
ପରୀକ୍ଷା କେନ୍ଦ୍ର) ନିୟମ, 2013 ରେ ସଂଶୋଧନ କରିଛନ୍ତି।
ଏବେ ଜଳ ମିଟର, ଉର୍ଜା ମିଟର,
ଗ୍ୟାସ ମିଟର, ଆର୍ଦ୍ରତା ମାପକ, ଗତି ମିଟର, ଥର୍ମୋମିଟର ଇତ୍ୟାଦି 18 ଶ୍ରେଣୀର ଯନ୍ତ୍ରଗୁଡ଼ିକର ଯାଞ୍ଚ ସରକାରୀ
ଅନୁମୋଦିତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ କରାଯିବ।
କେନ୍ଦ୍ରୀୟ ଉପଭୋକ୍ତା
କାର୍ଯ୍ୟ, ଖାଦ୍ୟ ଏବଂ ସାର୍ବଜନିକ ବଣ୍ଟନ ମନ୍ତ୍ରାଳୟ ଅନୁସାରେ, ସଂଶୋଧିତ ନିୟମଗୁଡ଼ିକ ଯାଞ୍ଚ ପ୍ରକ୍ରିୟାକୁ ସରଳ, ଏକରୂପ ଏବଂ ଆଧୁନିକ
କରିଛି। ଏବେ ବେସରକାରି ପରୀକ୍ଷାଗାର ଓ ଶିଳ୍ପଗୁଡ଼ିକୁ ମଧ୍ୟ ସରକାରୀ ଅନୁମୋଦିତ ପରୀକ୍ଷା
କେନ୍ଦ୍ର ଭାବେ ସ୍ୱୀକୃତି ଦିଆଯିବ। ଏହା ଫଳରେ ଯାଞ୍ଚ କ୍ଷମତା ବୃଦ୍ଧି ପାଇବ ଏବଂ
ଶିଳ୍ପଗୁଡ଼ିକୁ ଶୀଘ୍ର ସେବା ମିଳିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା