ଶନିବାର ଛତିଶଗଡ ଯିବେ ପିଏମ ମୋଦି, ବିଧାନସଭା ନୂଆ ଭବନର କରିବେ ଉଦଘାଟନ
ନୂଆଦିଲ୍ଲୀ, 31 ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର 1ରେ ଛତିଶଗଡ଼ ଗସ୍ତ କରିବେ। ସେ ଏଠାରେ ଛତିଶଗଡ଼ ବିଧାନସଭାର ନୂତନ ଭବନର ଉଦ୍ଘାଟନ କରିବେ। ଏହି ଭବନଟି “ଗ୍ରିନ୍ ବିଲ୍ଡିଂ” (ପରିବେଶମିତ୍ର ଭବନ) ଅବଧାରଣାରେ ତିଆରି ହୋଇଛି। ଏଥିପାଇଁ ସହ, ପ୍ରଧାନ
ଶନିବାର ଛତିଶଗଡ     ଯିବେ ପିଏମ ମୋଦି, ବିଧାନସଭା ନୂଆ ଭବନର କରିବେ ଉଦଘାଟନ


ନୂଆଦିଲ୍ଲୀ, 31 ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ନଭେମ୍ବର 1ରେ ଛତିଶଗଡ଼ ଗସ୍ତ କରିବେ। ସେ ଏଠାରେ ଛତିଶଗଡ଼ ବିଧାନସଭାର ନୂତନ

ଭବନର ଉଦ୍ଘାଟନ କରିବେ। ଏହି ଭବନଟି “ଗ୍ରିନ୍ ବିଲ୍ଡିଂ” (ପରିବେଶମିତ୍ର ଭବନ) ଅବଧାରଣାରେ ତିଆରି ହୋଇଛି।

ଏଥିପାଇଁ ସହ, ପ୍ରଧାନମନ୍ତ୍ରୀ ସଡ଼କ, ଶିଳ୍ପ, ସ୍ୱାସ୍ଥ୍ୟ ସେବା ଓ

ଉର୍ଜା ପରି ମୁଖ୍ୟ କ୍ଷେତ୍ରରେ ପ୍ରାୟ 14,260 କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ଓ

ପରିବର୍ତ୍ତନଶୀଳ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀ

କାର୍ଯ୍ୟାଳୟ ଅନୁସାରେ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଛତିଶଗଡ ବିଧାନସଭାର ନୂତନ ଭବନର

ସଭାଗୃହକୁ ଯାଇ ତାହାର ଉଦ୍ଘାଟନ କରିବେ। ସେ ନୂଆ ରାୟପୁର (ଅଟଲ ନଗର) ଅବସ୍ଥିତ ଏହି ଭବନରେ

ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମୂର୍ତ୍ତିର ଉନ୍ମୋଚନ କରିବେ। ଏହି

ଭବନଟିକୁ ସମ୍ପୂର୍ଣ୍ଣ ସୌର ଉର୍ଜା ଦ୍ୱାରା ଚାଲିଥିବା ଏବଂ ବର୍ଷାଜଳ ସଂଗ୍ରହ ପ୍ରଣାଳୀ ସହିତ ସୁସଜ୍ଜିତ

କରିବାର ଯୋଜନା ଅଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସମୂହକୁ ମଧ୍ୟ ସମ୍ବୋଧନ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande