ମୟୂରଭଞ୍ଜ ଜିଲ୍ଲାରେ ଆଦି କର୍ମଯୋଗୀ ଅଭିଯାନ ପରିପ୍ରେକ୍ଷୀରେ ୧୩୬୩ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ
ବାରିପଦା, ୦୪ ଅକ୍ଟୋବର(ହି.ସ.) – ଆଦି କର୍ମଯୋଗୀ ଅଭିଯାନରେ ଭାରତ ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମୟୂରଭଞ୍ଜର ୧୩୬୩ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ସଫଳତାର ସହ ଆୟୋଜିତ ହୋଇଯାଇଛି। ଆଦିବାସୀ ମାନଙ୍କୁ ସେମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ନିଜ ନିଜ ବକ୍ତବ୍ୟ ପରିପ୍ରକାଶ ପାଇଁ ଏହା
Adi Karmajogi Abhiyana


Adi Karmajogi Abhiyana


ବାରିପଦା, ୦୪ ଅକ୍ଟୋବର(ହି.ସ.) – ଆଦି କର୍ମଯୋଗୀ ଅଭିଯାନରେ ଭାରତ ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମୟୂରଭଞ୍ଜର ୧୩୬୩ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ସଫଳତାର ସହ ଆୟୋଜିତ ହୋଇଯାଇଛି।

ଆଦିବାସୀ ମାନଙ୍କୁ ସେମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ନିଜ ନିଜ ବକ୍ତବ୍ୟ ପରିପ୍ରକାଶ ପାଇଁ ଏହା ଏକ ଉତମ ଓ ସରଳ ମାଧ୍ୟମ।

ଗ୍ରାମସଭା ମାଧ୍ୟମରେ ଗ୍ରାମ ବିକାଶର ପୂର୍ଣ୍ଣାଙ୍ଗ ନକ୍ସା ଓ କାର୍ଯ୍ୟ ଯୋଜନା ପ୍ରସ୍ତୁତିକରି ସମ୍ପ୍ରଦାୟ ଗୁଡିକର ନିଜସ୍ୱ ବିକାଶ ଯାତ୍ରାକୁ ଶକ୍ତିଶାଳୀ କରିବା ଉଦେଶ୍ୟରେ ପରିକଳ୍ପନା କରାଯାଇଛି। ଏହି ଅଭିଯାନରେ ଜିଲ୍ଲାର ସମସ୍ତ ବ୍ଲକର ୧୩୬୩ ଗ୍ରାମକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି, ୧୩୬୩ ଗ୍ରାମରେ ସିଙ୍ଗଲ-ୱିଣ୍ଡୋ କେନ୍ଦ୍ର ସ୍ଥାପନ କରିବା ସହ ପ୍ରତି ରବିବାର ଲୋକଙ୍କୁ ସେମାନଙ୍କ ବିକାଶ ସମ୍ପର୍କିତ ପ୍ରସ୍ତାବ, ଆପତି, ଅଭିଯୋଗ କରିବାର ସୁଯୋଗ ଦିଆଯିବ ବୋଲି ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି। ଯୋଜନାର ସଫଳ ରୂପାୟନ ପାଇଁ ବ୍ଲକର ବିଡ଼ିଓ, ଉପଜିଲ୍ଲାପାଳ, ଜିଲ୍ଲାର ସମସ୍ତ ୪ ଗୋଟି ଆଇ ଟିଡିଏର ପ୍ରକଳ୍ପ ପ୍ରସାଶକଙ୍କ ସହ ବିଭିନ୍ନ ବିଭାଗର ଅଫିସରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ଗ୍ରାମର ବିକାଶ ନକ୍ସା-୨୦୩୦ ଓ କାର୍ଯ୍ୟ ଯୋଜନା ପ୍ରସ୍ତୁତି , ସିଙ୍ଗଲ-ୱିଣ୍ଡୋ ସେବାକେନ୍ଦ୍ର ପ୍ରତିଷ୍ଠା, ଯୁବକମାନଙ୍କୁ ଆଦିସାଥୀ ଭାବେ ସକ୍ରିୟ କରିବ। ପଂଚୟତସ୍ତରରେ ଆଦି କର୍ମଯୋଗୀଙ୍କୁ ଅଧିକ ସହଭାଗିତା ଦେବା ଭଳି ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା କରାଯଇଛି। ଆଦିବାସୀ ସମ୍ପ୍ରଦାୟର ସାମାଜିକ ଆର୍ôଥକସ୍ଥିତିରେ ଉନ୍ନତି ଆଣିବା, ଶିକ୍ଷା, ଜୀବନ ଜୀବିକା, ବାସଗୃହ, ଗମନା ଗମନ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ବିଦ୍ୟୁତ ସେବା, ଡିଜିଟାଲ ସଂଯୋଗ ଭଳି ମୌଳିକ ସୁବିଧା ଯୋଗାଇବା, ସର୍ବୋପରି ଆଦିବାସୀଙ୍କ ମୂଳ ପରିଚୟକୁ ସଂରକ୍ଷଣ କରିବାସହ ସ୍ଥାନୀୟ ନେତୃତ୍ୱକୁ ସଶକ୍ତ କରିବା ପାଇଁ ଏହି ଅଭିଯାନ ମାଧ୍ୟମରେ ନିରନ୍ତର ପ୍ରୟାସ ଚାଲିଥିବା କହିଛନ୍ତି ଜିଲ୍ଲାପାଳ ହେମକାନ୍ତ ସୟ। ଏଥିରେ ପଂଚୟତି ଅନୁଷ୍ଠାନ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଯୁବଗୋଷ୍ଠୀ, ଆଗଧାଡିର କର୍ମଚାରୀମାନେ ସକ୍ରିୟ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଆଗକୁ ଜିଲ୍ଲାସ୍ତରେ ୧୩୬୩ ଗାଁର କାର୍ଯ୍ୟ ଯୋଜନାର ଏକତ୍ରୀକରଣ, ଗ୍ରାମସଭାର ପ୍ରାଥମିକତା ସହ ବିଭାଗୀୟ ସମନ୍ୱୟ ପାଇଁ ଗ୍ରାମ ତଦାରଖ କମିଟି ଗଠନ କରାଯିବ। ବ୍ଲକ ଓ ଜିଲ୍ଲା ସ୍ତରରେ ଏହି ଅଭିଯାନର ଅଗ୍ରଗତି ତଥା ଉପଲବ୍ଧି ଉପରେ ନିୟମିତ ସମୀକ୍ଷା କରାଯିବ।

ପ୍ରକାଶ ଥାଉକି ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ନିର୍ଦ୍ଦେଶିକା ଡ଼. ବର୍ଣ୍ଣଳୀ ଡେକା ଗତ ସେପ୍େଟମ୍ବର ୧୭ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଶୁକୃଳି ବ୍ଲକର ପାଣ୍ଡାବିଲା, ବାରିପଦା ବ୍ଲକର କେ ସି ପୁର ଗ୍ରାମ ପଂଚାୟତ ପରିଦର୍ଶନ କରି ଗ୍ରାମବାସୀଙ୍କ ସହିତ ଭାବବିନିମୟ କ୍ରମରେ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ଏବଂ ଏହି ଅଭିଯାନ ଅନ୍ତର୍ଗତ ଆଦି ସହଯୋଗୀ ଓ ଆଦି ସାଥିମାନଙ୍କ ପାଇଁ ବେତନଟୀ ଠାରେ ଆୟୋଜିତ ଅଭିମୁଖୀକରଣ ପ୍ରଶିକ୍ଷଣ ଶିବିରରେ ଯୋଗଦାନ କରି ପ୍ରଶକ୍ଷାର୍ଥୀ ମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଉକ୍ତ ମନ୍ତ୍ରାଳୟର ସେକ୍ସନ ଅଫିସର, ସୁଭାଷ କୁମାର ଅକ୍ଟୋବର ୨ ତାରିଖ ରେ ଜିଲ୍ଲା ଗସ୍ତରେ ଆସି କୁସୁମୀ ବ୍ଲକର ତଳକପୋଖରୀ ଓ ଜର୍ଦା ଗ୍ରାମ ପଂଚାୟତରେ ଆୟୋଜିତ ଗ୍ରାମସଭାରେ ଯୋଗ ଦେଇ ଗ୍ରାମବାସୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ

 rajesh pande