ବଲାଙ୍ଗୀର, ୦୪ ଅକ୍ଟୋବର(ହି.ସ.) – ବଲାଙ୍ଗୀର ନରସିଂହ ମନ୍ଦିର ଠାରେ ପଶ୍ଚିମ ଓଡ଼ିଶା ବାରିକ ସମାଜ ତଥା ବଲାଙ୍ଗୀର ଜିଲ୍ଲା ବାରିକ ସମାଜର ସଭାପତି କଙ୍ଗାଳୁ ବାରିକଙ୍କ ଦେହାନ୍ତରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି! ସମାଜର ଉପ ସଭାପତି ନବୀନ କୁମାର ପଶାୟତଙ୍କ ସଭାପତିତ୍ୱ ଓ ଜିଲ୍ଲା ସାଧାରଣ ସଂପାଦକ ଦଶରଥ ପଶାୟତଙ୍କ ଶୋକ ପ୍ରସ୍ତାବ ଆଗତରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସମାଜର କର୍ମକର୍ତାମାନେ ସ୍ୱର୍ଗତ ବାରିକଙ୍କ ଫଟୋ ଚିତ୍ରରେ ଧୂପ ଦୀପ ଓ ପୁଷ୍ପମାଲ୍ୟ ଅର୍ପଣ କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବା ସହ ସ୍ୱର୍ଗତ ବାରିକଙ୍କ ସ୍ମୃତିଚାରଣ କରିଥିଲେ! ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମାଜର କାର୍ଯ୍ୟକାରୀ ସଭାପତି ଶଙ୍କର ବାରିକ, ସେଲୁନ ସଂଘ ସଭାପତି ଶିଶିର ବେହେରା, ଉପଦେଷ୍ଟା ଈଶ୍ୱର ପଶାୟତ, ପ୍ରଦୀପ ପଶାୟତ, ଅଧିକାର ବାରିକ, ବିନୋଦ ପଶାୟତ, ରାଜ କୁମାର ବାରିକ, ମନ୍ମଥ ବାରିକ, ଯୁଧିଷ୍ଠିର ପଶାୟତ, ବସନ୍ତ ବାରିକ, କିଶୋର ବାରିକ, ମନୋଜ ବାରିକ, ଦେବା ବେହେରା, ଗଣ ବାରିକ, କିରଣ ବାରିକ, ଅଭେଲ ବାରିକ ସମେତ ୧୪ ଗୋଟି ବ୍ଲକର ସଭାପତି/ସଂପାଦକ ଓ ବଲାଙ୍ଗୀର ସହରର ବହୁ କର୍ମକର୍ତା ଉପସ୍ଥିତ ରହି ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ